Latest Odisha News

BREAKING NEWS

ଏହି ମନ୍ଦିରରେ ପ୍ରସାଦ ଭାବେ ଠାକୁରଙ୍କୁ ଅର୍ପଣ ହେଉଛି ମାସ୍କ !

ବାରାଣସୀ: ଦେଶରେ ଭୟଙ୍କର ରୂପ ନେବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ ପାଖାପାଖି ୫୦ ହଜାର ନୂଆ ଆକ୍ରାନ୍ତ ଦେଶରେ ଚିହ୍ନଟ ହେଉଛନ୍ତି।

କରୋନା ଯୋଗୁଁ ଅନେକ ସ୍ଥାନରେ ଲାଗିଛି ଅନେକ ପ୍ରକାରର କଟକଣା । ଏହି ସଙ୍କଟ ସମୟରେ ସବୁ ଧାର୍ମିକ ସ୍ଥାନରେ ମଧ୍ୟ ରୀତିନୀତି ସବୁକୁ ବନ୍ଦ କରାଯାଇଛି ।ଅନେକ ସ୍ଥାନରେ ମନ୍ଦିର ମସଜିଦ୍ ସବୁ ବନ୍ଦ।

ତେବେ ଏହିସମୟରେ ସାମ୍ନାକୁ ଆସିଛି ଏକ ନିଆରା ଚିତ୍ର । ଉତ୍ତରପ୍ରଦେଶର କାଶୀରେ ଭଗବାନଙ୍କୁ ନବେଦ୍ୟ ଭାବେ ଅର୍ପଣ କରାଯାଉଛି ମାସ୍କ ।

ସୂଚନା ଅନୁଯାୟୀ, ମନ୍ଦିରରେ ଚଢ଼ାଯାଉଥିବା ଓଢ଼ଣୀ ଓ ବସ୍ତ୍ରକୁ ଘରେ ପୂଜାସ୍ଥାନରେ ରଖିଲେ ଶୁଦ୍ଧ ଓ ସାତ୍ତ୍ୱିକ ଭାବନା ଜାଗ୍ରତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଠିକ୍‌ ସେହିପରି ଭଗବାନଙ୍କ ଠାରେ ଚଢା ହୋଇଥିବା ମାସ୍କକୁ ଲୋକେ ଗୁରୁତ୍ୱ ଦେବା ସହ ନିଜ ମୁହଁରେ ଧାରଣ କରିବେ ବୋଲି ଆଶାବାଦୀ ମନ୍ଦିର କତ୍ତୃପକ୍ଷ।ଜନସାଧାରଣଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଏଭଳି ଏକ ପ୍ରୟାସ କରାଯାଉଥିବା ଶୁଣିବାକୁ ମିଳିଛି ।

Comments are closed.