Latest Odisha News

BREAKING NEWS

ଆଜିଠୁ ଅଲାରନାଥଙ୍କ ଦର୍ଶନ ଆରମ୍ଭ

ବ୍ରହ୍ମଗିରି : ପୁରୀସ୍ଥିତ ବ୍ରହ୍ମଗିରିର ଅଲାରନାଥ ପୀଠରେ ମଙ୍ଗଳବାର ଦିନଠାରୁ ଦର୍ଶନ ଆରମ୍ଭ ହୋଇଛି । ଫଳରେ ଏହି ଭଗବାନଙ୍କ ଅଶସର ଦର୍ଶନ ପାଇଁ ଭକ୍ତଙ୍କ ଗହଳୀ ଜମିବାରେ ଲାଗିଛି ।

ସୋମବାର ଦିନ ଆୟୋଜିତ ହୋଇଥିବା ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତି ଅତ୍ୟଧିକ ଗାଧୋଇବା ଫଳରେ ଜ୍ୱରରେ ଆକ୍ରାନ୍ତ ହୋଇ ୧୫ ଦିନ ଧରି ଅଣସର ପିଣ୍ଡିକୁ ବିଜେ କରିଛନ୍ତି ।

ଏହି ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.