Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ‘ଗୁହାରି’ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଭକ୍ତିପୁତ ସଙ୍ଗୀତର କାର୍ଯ୍ୟକ୍ରମ ‘ଗୁହାରି’ ଉଦଯାପିତ ହୋଇଯାଇଛି । ଏହି ଉଦ୍‍ଯାପନୀ ଉତ୍ସବକୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସମ୍ପାଦିକା ଗୁରୁ ଅରୁଣା ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ମାନଶ୍ୱିନୀ ସାହୁ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‍ଘାଟନ କରିଥିଲେ। ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଏହି ତ୍ରିଦିବସୀୟ ଭକ୍ତି ରସାତ୍ମକ ସଙ୍ଗୀତ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ କଣ୍ଠଶିଳ୍ପୀ ଯୋଗ ଦେଇଥିଲେ।

ଉଦ୍‍ଯାପନୀ ସନ୍ଧ୍ୟାରେ ରବୀନ୍ଦ୍ର ନାଥ ମିଶ୍ର, ଆଦ୍ୟାଶା ଦାସ,  ସୁକାନ୍ତ କୁମାର କୁଣ୍ଡୁ, ଆଶା ମୁକୁଲ ବାରିକ୍‍, ସୁଧାକର ମିଶ୍ର, ବସନ୍ତ ପାତ୍ର ଓ ଅନ୍ତରା ଚକ୍ରବର୍ତ୍ତୀ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ଦୁଷ୍ମନ୍ତ କୁମାର ପରିଡ଼ା, ଢୋଲକରେ ଅବନୀକାନ୍ତ ଦାସ, ବଂଶୀରେ ଜବାହାର ମିଶ୍ର, ଅକ୍‍ଟୋପ୍ୟାଡ଼ରେ ପ୍ରିୟ ରଞ୍ଜନ ମହାନ୍ତି, କିବୋର୍ଡ଼ରେ ନରେନ୍ଦ୍ର କୁମାର ମହାପାତ୍ର ଏବଂ ଗିଟାରରେ ଭବତୋଷ ମହାନ୍ତି ସହଯୋଗ କରିଥିଲେ ।

ଶ୍ରୀଜଗନ୍ନାଥଙ୍କ ଭକ୍ତି ସଙ୍ଗୀତକୁ ଲୋକ ଲୋଚନକୁ ଆଣି ତାର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.