Latest Odisha News

BREAKING NEWS

ସ୍ପାଇସଜେଟ ବିମାନ ଚଳାଚଳ ଉପରେ କଟକଣା; ୫୦ ପ୍ରତିଶତ ବିମାନ ଉଡ଼ିବ

ନୂଆଦିଲ୍ଲୀ: ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଏବଂ ସୁରକ୍ଷା ଜନିତ ଅବହେଳା ପାଇଁ ସ୍ପାଇସଜେଟ ବିମାନ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ସ୍ପାଇସଜେଟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛି । ୫୦ ପ୍ରତିଶତ କ୍ଷମତାରେ ଉଡାଣ କରିବାକୁ ଡିଜିସିଏ ସ୍ପାଇସଜେଟକୁ ନିର୍ଦ୍ଦେଶ ଦେଇଛି ।

ଗତ ଜୁଲାଇ ୬ ତାରିଖରେ ଡିଜିସିଏ ସ୍ପାଇସଜେଟକୁ ଲଗାତାର ଉଡାଣରେ ତ୍ରୁଟି ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ଜୁନ ୧୯ ତାରିଖ ଠାରୁ ବାରମ୍ବାର ସ୍ପାଇସଜେଟ ସୁରକ୍ଷା ଜନିତ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଯେଉଁଥିପାଇଁ ଏକାଧିକ ବାର ଜରୁରୀକାଳୀନ ଅବତରଣ କରବାକୁ ପଡ଼ିଥିଲା ।

ଏହା ପରେ ଡିଜିସିଏ ଘଟଣା ଗୁଡ଼ିକର ତଦନ୍ତ କରିବା ସହ ସ୍ପାଇସଜେଟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ଦୁଇ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବାକୁ ସ୍ପାଇସଜେଟକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଡିଜିସିଏ ସ୍ପାଇସଜେଟକୁ ୫୦ ପ୍ରତିଶତ ବିମାନ ଉଡାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି ୫୦ ପ୍ରତିଶତରୁ ଅଧିକ ବିମାନ ଚଳାଚଳ କରିବାକୁ କମ୍ପାନୀ ଇଚ୍ଛା କରନ୍ତି । ସେଥିପାଇଁ ଡିଜିସିଏକୁ ଅଗ୍ରୀମ ଅନୁରୋଧ କରିବାକୁ ହେବ । ଏଥିପାଇଁ କିଛି ମାନଦଣ୍ଡ ମଧ୍ୟ ଧାର୍ଯ୍ୟ କରାଯାଇଛି । ଯଥେଷ୍ଟ ଯାନ୍ତ୍ରିକ ସପୋର୍ଟ ଏବଂ ଆର୍ଥିକ କ୍ଷମତା ଯାହା ଡିଜିସିଏ ମାନଦଣ୍ଡକୁ ପୂର୍ଣ୍ଣ କରିବ ।

ତେବେ ସ୍ପାଇସଜେଟକୁ ଅଧିକ ବିମାନ ଉଡାଣ କରିବାକୁ ଅନୁମତି ମିଳିବ । ଏବେ ଆଗାମୀ ଆଠ ସପ୍ତାହ ପାଇଁ ଏହି କଟକଣା ଲଗାଯାଇଛି ।

Comments are closed.