Latest Odisha News

BREAKING NEWS

୪ ବର୍ଷରେ ଏସିଆରେ ଆୟୋଜିତ ହେବ ୩ଟି ବଡ ଆଇସିସି ମହିଳା ଟୁର୍ଣ୍ଣାମେଂଟ, ଭାରତରେ ହେବ ୨୦୨୫ ବିଶ୍ୱକପ

ବର୍ମିଂହାମ:ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୪ରୁ ୨୭ ପର୍ଯ୍ୟନ୍ତ ସମସ୍ତ ବଡ ମହିଳା ଟୁର୍ଣ୍ଣାମେଂଟର ଆୟୋଜକଙ୍କ ନାମ ଘୋଷଣା କରିଛି । ୨୦୨୫ ଦିନିକିଆ ବିଶ୍ୱକପ ଆୟୋଜନ ଅଧିକାର ଭାରତକୁ ମିଳିଛି । ୫ମ ଥର ପାଇଁ ଭାରତ ଆଇସିସି ମହିଳା ଟୁର୍ଣ୍ଣାମେଂଟ ଆୟୋଜନ କରିବ । ୨୦୨୪ ମହିଳା ବିଶ୍ୱକପ ଓ ଟି୨୦ ବିଶ୍ୱକପ ବାଂଲାଦେଶରେ ଆୟୋଜନ ହେବ । ସେହିପରି ୨୦୨୬ ଟି୨୦ ବିଶ୍ୱକପ ଇଂଲଣ୍ଡରେ ହେବ । ଏହି ଟୁର୍ଣ୍ଣାମେଂଟରେ ଟିମ ସଂଖ୍ୟା ୧୦ରୁ ୧୨କୁ ବୃଦ୍ଧି କରାଯିବ । ୨୦୧୭ରେ ଇଂଲଣ୍ଡ ମହିଳା ବିଶ୍ୱକପ ସଫଳତାର ସହ ଆୟୋଜନ କରିଥିଲା । ଏଥର ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ ଆୟୋଜନ କରିବ ୨୦୨୬ରେ ମହିଳା ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ । ଏହି ଟି୨୦ ଫର୍ମାଟ ଟୁର୍ଣ୍ଣାମେଂଟ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ । ୬ ଟିମ ମଧ୍ୟରେ ସମୁଦାୟ ୧୬ଟି ମ୍ୟାଚ ଖେଳାଯିବ । ନଭେମ୍ବରରେ ଆଇସିସି ଚେୟାରମ୍ୟାନ ନିର୍ବାଚାନ ହେବ ।

Leave A Reply

Your email address will not be published.