Latest Odisha News

BREAKING NEWS

ବିମାନବନ୍ଦରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କଲେ ଅଗ୍ନିଶମ ଡିଜି

ଭୁବନେଶ୍ୱର: ବିମାନବନ୍ଦରରେ ନିଆଁ ଲାଗିଲେ କଣ ହେବ ? ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇ ପାରିବ ତ ? ନିଆଁ ଲିଭାଇବା ପାଇଁ କଣ ରହିଛି ବ୍ୟବସ୍ଥା ? ଭୁବନେଶ୍ୱର ବିମାନବନ୍ଦରରେ ଏସବୁର ଅନୁଧ୍ୟାନ କରିଛନ୍ତି ଅଗ୍ନିଶମ ଡିଜି ଏସ୍.କେ ଉପାଧ୍ୟାୟ । ଏୟାରପୋର୍ଟ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସିଆଇଏସ୍ଏଫ୍ ଅଧିକାରୀଙ୍କ ସହ ଏୟାରପୋର୍ଟ ପାସେଞ୍ଜର ଲାଉଞ୍ଜ, କାର୍ଗୋ ଏରିଆ, ଏୟାରପୋର୍ଟ ଭିତର ଓ ବାହାରେ ଅଗ୍ନି ସୁରକ୍ଷା ଓ ନିରାପତ୍ତା ଯାଞ୍ଚ କରିଛନ୍ତି ।

ନିଆଁ ଲାଗି କୌଣସି ଅଘଟଣ ଘଟିଲେ ଜନ ସାଧାରଣଙ୍କୁ ସୂଚିତ କରିବାକୁ ଆଲାର୍ମ ସିଷ୍ଟମ ରହିଛି କି ନାହିଁ । ବିମାନବନ୍ଦରରେ ଲୋକଙ୍କୁ ଅବଗତ ରାଇବାକୁ ପବ୍ଲିକ ଆଡ୍ରେସ ସିଷ୍ଟମ ବା ସ୍ପିକର ବ୍ୟବସ୍ଥା କଣ ରହିଛି ? ଏଥିସହ ନିଆଁ ଲିଭାଇବା ପାଇ ଫାୟାର ଏକ୍ସଟନଗୁଇସର ସହ ଏୟାରପୋର୍ଟରେ ୱାଟର ଷ୍ଟୋରେଜ କାପାସିଟ୍ ଠିକ୍ ରହିଛି କି ନାହିଁ ।

ପାଣି ଯିବା ଆସିବା କରୁଥିବା ଡାଉନ କମର ପାଇପ୍ ସହ ସ୍ପ୍ରିଙ୍କଲର ବା ହାଇଡ୍ରାଣ୍ଟ ହୋଷ୍ଟ ପାଇପ୍ ଠିକଠାକ କାମ କରୁଛି କି ନାହିଁ । ଏସବୁର ଯାଞ୍ଚ କରିଛି ଅଗ୍ନିଶମ ବାହିନୀ । ଏନେଇ ଅଗ୍ନିଶମ ଡିଜି କହିଛନ୍ତି ଜନସାଧାରଣଙ୍କ ସୁରକ୍ଷା ଆମର ଦାୟିତ୍ୱ । ନିୟମିତ ବ୍ୟବଧ୍ୟାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯିବ ।

Leave A Reply

Your email address will not be published.