Latest Odisha News

BREAKING NEWS

ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାତିରୁ ରାଜପଥ ଅବରୋଧ

ସୋନପୁର: ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥରେ ଯାତାୟତ ଠପ୍ । ମଙ୍ଗଳବାର ରାତିରୁ ରାସ୍ତା ଅବରୋଧ କରିଛନ୍ତି ନାୟକପଡ଼ା ଗ୍ରାମବାସୀ । ଗତକାଲି ସନ୍ଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ ନାୟକପଡ଼ାର ଅଭିମନ୍ୟୁ ସାହୁଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଥିଲା । ରାସ୍ତାକଡ଼ରେ ଅଭିମନ୍ୟୁ ଛିଡ଼ା ହୋଇଥିବା ବେଳେ ବେପରୁଆ ଡ୍ରାଇଭିଂ ଯୋଗୁଁ ବସ୍ ମାଡ଼ି ଯାଇଥିବା ଅଭିଯୋଗ ହୋଇଛି ।

ମୃତ ଯୁବକ ଜଣଙ୍କ ପରିବାରର ଏକମାତ୍ର ସାହା ଭରସା ଥିଲେ । ତୁରନ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଉଲୁଣ୍ଡା ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିବା ସହ ରାସ୍ତା ଜାମ୍ ହୋଇ ଯାଇଛି ।

Leave A Reply

Your email address will not be published.