Latest Odisha News

BREAKING NEWS

ମାଓବାଦୀଙ୍କ ସହ ଗୁଳି ବିନିମୟରେ ଆହତ ଯବାନଙ୍କୁ AIIMSରେ ଭେଟିଲେ ପୋଲିସ ଡିଜି

ଭୁବନେଶ୍ୱର: ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଆହତ ଦୁଇ ଏସଓଜି ଯବାନଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଚାଲିଛି । ଆଜି ସେମାନଙ୍କୁ ଏମ୍ସରେ ଭେଟିଛନ୍ତି ପୋଲିସ ଡିଜି ଅଭୟ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ବି ପୋଲିସ ଡିଜି ଆଲୋଚନା କରିଥିବା ସୂଚନା ମିଳିଛି ।

ଗତକାଲି ବିଏସଏଫ୍ ହେଲିକପ୍ଟରରେ ଆହତ ଦୁଇ ଯବାନଙ୍କ ଭୁବନେଶ୍ୱର ଏୟାରଲିଫ୍ଟ କରାଇଥିଲେ ପୋଲିସ ଡିଜି ଅଭୟ । ସେ ହେଲିକପ୍ଟର ଯୋଗେ କୋରାପୁଟ ଓ ମାଲକାଲଗିରି ଜିଲ୍ଲାରେ ମାଓ ଦମନ ଅଭିଯାନର ସମୀକ୍ଷା ପାଇଁ ଯାଉଥିଲେ ।

ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ଖବର ସୁନାବେଡ଼ାରେ ପାଇବା ପରେ ଗସ୍ତ ବାତିଲ କରି ବୌଦ୍ଧ ଜିଲ୍ଲାର ପାଦେଲପଡ଼ାଠାରେ ହେଲିକପ୍ଟର ଅବତରଣ କରିଥିଲା । ସେଠାରୁ ଦୁଇ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଆଣିଥିଲେ । ଏବେ ଏମ୍ସରେ ସେମାନଙ୍କର ଚିକିତ୍ସା ଚାଲିଛି । ଦୁଇ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

Leave A Reply

Your email address will not be published.