Latest Odisha News

BREAKING NEWS

ସିଂହଦ୍ୱାର ସାମନାରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ: ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ରଥଖଳାରୁ ତିନି ରଥ ଆସି ସିଂହଦ୍ୱାର ସାମନାରେ ଲାଗିଛନ୍ତି । ରଥ ପ୍ରସ୍ତୁତ ଅଛି । ପଥ ବି ପ୍ରସ୍ତୁତ । ଏବେ ଅପେକ୍ଷା କେବଳ ଲୀଳାମୟ ଠାକୁରଙ୍କୁ । ଦର୍ପଦଳମ, ତାଳଓ୍ୱଜ ଓ ନନ୍ଦିଘୋଷ ମହାପ୍ରଭୁଙ୍କ ଆଗମନ ଅପେକ୍ଷାରେ ଅଛନ୍ତି ।

ଆଜି ସକାଳେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାରେ ପହଞ୍ଚିଥିଲା । ତିନିବାଡ଼ ପୂଜାପଣ୍ଡା ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଇଥିଲେ । ଏହାପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖରେ ରଖାଯାଇଛି । ପ୍ରଥମ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟଣାଯାଇ ସିଂହଦ୍ୱାର ସାମନାକୁ ଅଣାଯାଇଥିଲା ।

ଆସନ୍ତାକାଲି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ଯୋଗୁ ଏବର୍ଷ ବି ବିନାଭକ୍ତରେ ରଥଯାତ୍ରା ଆୟୋଜନ କରାଯାଉଛି । ଆଜି ରାତି ୮ଟାରୁ ପୁରୀରେ ଲାଗୁ ହେବ ୪୮ ଘଣ୍ଟିଆ କର୍ଫ୍ୟୁ । ରଥଯାତ୍ରା ସମୟରେ କେହି ଘରୁ ବାହାରି ପାରିବେ ନାହିଁ । ଘରେ ରହି ଟିଭିରେ ରଥଯାତ୍ରା ଦେଖିବେ । ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ପୁରୀରେ ମୁତୟନ ରହିବେ ୬୫ ପ୍ଲାଟୁନ୍ ଫୋର୍ସ ।

Leave A Reply

Your email address will not be published.