Latest Odisha News

BREAKING NEWS

ଧାମନଗର ରାୟ: ଆଗେଇ ଚାଲିଛି ବିଜେପି, ପଛରେ କଂଗ୍ରେସ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୧୦ ମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ନବମ ରାଉଣ୍ଡରେ ସୂରଜ ୪୮୪୫ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୪୫,୩୨୧  ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୪୦୪୭୬ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ  ୫୯୪୭ ଖଣ୍ଡ ଭୋଟ୍ ମିଳିଛି ।

ସୂରଜଙ୍କ ବିଜୟ ନେଇ ତାଙ୍କ ସମର୍ଥକମାନେ ଉଲ୍ଲସିତ ହୋଇପଡିଛନ୍ତି । ଭୋଟ୍ ଗଣତି ବାହାରେ ଖୁସି ମନାଉଥିବା ଦେଖିବାକୁ ମିଳୁଛି ।

 

Leave A Reply

Your email address will not be published.