Latest Odisha News

BREAKING NEWS

ଦିଲ୍ଲୀରେ ଗଡ଼ିବନି ଡିଜେଲ କାର୍‌, ଦିଲ୍ଲୀ ପରିବହନ ବିଭାଗ ଦେଲେ ସୂଚନା

ନୂଆଦିଲ୍ଲୀ : ଦିନ କୁ ଦିନ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଅଣନିଶ୍ବାସୀ ହୋଇଗଲେଣି ଲୋକେ  । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏନେଇ ଦିଲ୍ଲୀ ପରିବହନ ବିଭାଗ ନେଇଛନ୍ତି ବଡ଼ ନିଷ୍ପତ୍ତି । ରାଜଧାନୀରେ ଗାଡ଼ି ଚାଲିବା ଉପରେ ଲାଗିଲା ପ୍ରତିବନ୍ଧକ। ଦିଲ୍ଲୀରେ ଗଡ଼ିବନି ଡିଜେଲ କାର । କେବଳ ବିଏସ୍-୬ ଡିଜେଲ ଗାଡ଼ିକୁ ଛାଡ଼ି ଅନ୍ୟ ସମସ୍ତ ଡିଜେଲ ଗାଡ଼ି ଚାଲିବା ଉପରେ ପ୍ରତିବନ୍ଧକ ଲାଗିଛି ।

ଏନେଇ ମେସେଜ ଜରିଆରେ କାର୍ ମାଲିକଙ୍କୁ ସୂଚନା ଦେଇଛି ପରିବହନ ବିଭାଗ । ପାଗ ଭଲ ନହେବା ପର୍ଯ୍ୟନ୍ତ ଏଭଳି ଯାନ ସହିତ ରାସ୍ତାରେ ଯାଆନ୍ତୁ ନାହିଁ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ପାଞ୍ଚ ଲକ୍ଷରୁ ଅଧିକ ଗାଡି ମାଲିକଙ୍କ ନିକଟକୁ ମେସେଜ ପଠାଇଛି ପରିବହନ ବିଭାଗ ।

ଭାରତ ଷ୍ଟେଜ୍-୬ ଠାରୁ କମ୍ ମାନର ଗାଡ଼ି ଚାଲିଲେ ଦେବାକୁ ପଡ଼ିବ ୨୦ ହଜାର ଟଙ୍କା ଜରିମାନା।ବାୟୁ ପ୍ରଦୁଷଣ ହ୍ରାସ କରିବାକୁ ଦିଲ୍ଲୀ ସରକାର ଗ୍ରୁପ-୪ ଲାଗୁ କରିଛନ୍ତି। ଏଥିସହ ପ୍ରଦୁଷଣ ବଢାଉଥିବା କାରଖାନା ଠାରୁ ଆରମ୍ଭ କରି ଧୂଆଁ ନିର୍ଗତ ହେଉଥିବା ଜେନେରେଟର, କାରଖାନା, କନ୍‌ଷ୍ଟ୍ରକସନ୍‌ ଆଦିକୁ ବନ୍ଦ କରାଯାଇଛି । ଏଥିରେ ରାଜ୍ୟର ଆର୍ଥିକ ସ୍ଥିତି ପ୍ରଭାବିତ ହେଉଥିଲେ ମଧ୍ୟ ଲୋକଙ୍କ ଜୀବନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ସରକାରଙ୍କ ଦ୍ବାରା ଚାଲୁଥିବା ଯାନବାହନକୁ ବ୍ୟବହାର କରିବାକୁ ଲୋକଙ୍କୁ ଅନୁରୋଧ କରିଛି ପରିବହନ ବିଭାଗ ।

 

 

Leave A Reply

Your email address will not be published.