Latest Odisha News

BREAKING NEWS

ଧାମରା ବେଳାଭୂମିରେ ହେବ ପର୍ଯ୍ୟଟନ କ୍ଷେତ୍ର

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରା ଉପକୂଳ ଦୋସିଙ୍ଗା ପଞ୍ଚାୟତ ଚନ୍ଦନିପାଳରେ ହେବ ପର୍ଯ୍ୟଟନ କ୍ଷେତ୍ର । ଏନେଇ କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ହେଲେ, ଧାମରା ଅଞ୍ଚଳ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ସହ ଉକ୍ତ ଅଞ୍ଚଳର ଉଭୟ ସାମାଜିକ ଓ ଅର୍ଥନୈତିକ ବିକାଶ ହେବ ।

ବୃହତ ଧାମରା ବନ୍ଦର ସହିତ ଏଲ୍‌ଏନ୍‌ଜି ଟର୍ମିନାଲ ଓ ୫୦୦ ଏକର ଜମିରେ ଏକ ଏୟାରଷ୍ଟ୍ରିପ ନିର୍ମାଣ ଏବଂ ଉଡ଼ାଣ କାର୍ଯ୍ୟ ଶେଷ ହୋଇଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ବେଳାଭୂମି ଓ ଅନ୍ୟାନ୍ୟ ପ୍ରକଳ୍ପ ସକାଶେ ଅଧିକ ୫ ହଜାର ହେକ୍ଟର ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ।

କୋଷ୍ଟାଲ ରେଗୁଲେସନ ଜୋନ୍‌ ଓ ଡିଆରଡିଓ ନିୟମ ଉଲ୍ଲଂଘନ ନକରି ବିସ୍ତୀର୍ଣ୍ଣ ଉକ୍ତ ବେଳାଭୂମିରେ ପର୍ଯ୍ୟଟନ କ୍ଷେତ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଏହାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁମୋଦନ କରିବା ପରେ, ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ ଉଚ୍ଚସ୍ତରୀୟ ବୈଷୟିକ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରି ଏହାର ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଡିପିଆର ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଟିମ ବେଳାଭୂମି ପରିଦର୍ଶନ କରିଛନ୍ତି ।

Comments are closed.