Latest Odisha News

ଧନର ଅଭାବ ଲାଗି ରହୁଥିଲେ, ପର୍ସରେ ରଖନ୍ତୁ ଏହି ୪ଟି ଜିନିଷ

ଭୁବନେଶ୍ୱର: ଜୀବନରେ ଧନର ଆବଶ୍ୟକତା ସମସ୍ତଙ୍କୁ ରହିଥାଏ। ତେବେ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ଯେ, ଆମଦାନୀ ଠାରୁ ଖର୍ଚ୍ଚ ଅଧିକ ବଢି ଯାଇଥାଏ।ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର ପ୍ରତିକାର ସମ୍ପର୍କରେ ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ….

ପର୍ସରେ ଅଯୁଗ୍ମ ସଂଖ୍ୟାର ଗୋମତୀ ଚକ୍ର ରଖନ୍ତୁ। ଏହା ଦ୍ବାରା ଆପଣଙ୍କ ପାଖରେ କଦାପି ଟଙ୍କାର ଅଭାବ ରହିବ ନାହିଁ। ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ ବୋଲି କୁହାଯାଏ ।

ଧଳା ରଙ୍ଗର ଅଣ୍ଡାକାର ପଥର ବା ଓଭଲ ହ୍ଵାଇଟ ଷ୍ଟୋନ ପର୍ସରେ ରଖନ୍ତୁ। ଏହାଦ୍ବାରା ମଧ୍ୟ ଧନର ଅଭାବ ପରିଲିଖିତ ହୋଇ ନଥାଏ।

ପର୍ସରେ ଛୋଟ ନଡିଆ ଖଣ୍ଡ ରଖନ୍ତୁ। ନଡିଆ ଆପଣଙ୍କ ପର୍ସରେ ଯାଗା ହେଉନଥିଲେ ତେବେ ଆପଣ ବଡ ପର୍ସ ବ୍ୟବହାର କରିପାରନ୍ତି।

ଏହା ବ୍ୟତୀତ ଯଦି ଆପଣଙ୍କର ଅଧିକ ଟଙ୍କା ଖର୍ଚ୍ଚ ହେଉଛି, ତେବେ ପର୍ସରେ ଏକ ଅଶ୍ବତ୍ଥ ପତ୍ର ରଖନ୍ତୁ। ଏହା ଦ୍ବାରା ପର୍ସରେ କେବେ ଟଙ୍କାର ଅଭାବ ହେବ ନାହିଁ।

Leave A Reply

Your email address will not be published.