Latest Odisha News

BREAKING NEWS

ନୂଆ ଫିଚର ସହ ଆସିଲା ହ୍ୱାଟ୍ସଆପ୍‌, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ ଆଣିଛି ଆଉ ଏକ ନୂଆ ଫିଚର୍। ହ୍ୱାଟ୍ସଆପ୍‌ର ନୂଆ ଅପଡେଟ୍‌ ୨.୧୯.୧୨୦ ଭର୍ସନରେ ଏବେ କଲ୍‌ ୱେଟିଂ ଫିଚର୍‌ ଆସିଯାଇଛି।

ଏହାସହ ଏହି ନୂଆ ଅପଡେଟ୍‌ରେ ଆପଣଙ୍କୁ ହ୍ୱାଟ୍ସଆପ ଚାଟ୍ ସ୍କ୍ରିନ୍‌ରେ ମଧ୍ୟ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହା ବ୍ୟତୀତ ଏଥିରେ ବ୍ରେଲି କି-ବୋର୍ଡ଼ ଦିଆଯିବ ବୋଲି ଜଣାପଡ଼ିଛି ଏହାଦ୍ୱାରା ଦିବ୍ୟାଙ୍ଗ ୟୁଜର୍‌ମାନଙ୍କ ପାଇଁ ଏହାର ବ୍ୟବହାର ସରଳ ହୋଇଯିବ।

ପ୍ରାପ୍ତ ସୂଚନା ଅନୁଯାୟୀ, ହ୍ୱାଟ୍ସଆପର ୨.୧୯.୧୨୦ ଭର୍ସନ୍‌ର ଅପ୍‌ଡେଟ୍‌ କେବଳ ଆଇଫୋନ୍‌ ୟୁଜର୍‌ଙ୍କ ପାଇଁ ଜାରି କରାଯାଇଛି । ପରବର୍ତ୍ତୀ ସମୟରେ ଏହା ଆଣ୍ଡ୍ରଏଡ୍‌ ପାଇଁ ମଧ୍ୟ ଜାରି ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଏହି ଫିଚର୍‌ ଅନୁଯାୟୀ ଆପଣ ଯଦି ହ୍ୱାଟ୍ସଆପ୍‌ କଲ୍‌ରେ କାହା ସହ କଥା ହେଉଛନ୍ତି ତେବେ ବି ଆପଣ ଅନ୍ୟ କଲ୍‌ ଗ୍ରହଣ କରିପାରିବେ। ଏଥିପାଇଁ ଆପଣ ନିଜ ଆଇ ଫୋନ୍‌ର ଆପ୍‌ଷ୍ଟୋର୍‌କୁ ଯାଇ ହ୍ୱାଟ୍ସଆପ୍‌ ର ୨.୧୯.୧୨୦ ଭର୍ସନ ଅପଡେଟ୍‌ କରନ୍ତୁ। ଅପଡେଟ୍ କଲାପରେ ଆପଣଙ୍କୁ କଲ୍‌ ୱେଟିଂର ଫିଚର୍‌ ମିଳିଯିବ।

Leave A Reply

Your email address will not be published.