Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମଙ୍ଗଳବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ସାରା ସହର ଚଳଚଞ୍ଚଳ ହୋଇପଡିଛି ।

ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଏହି ମହାନାଟକ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେବ ।

ବରଗଡର ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଦର୍ଶକମାନଙ୍କ ସମାଗମ ହେବା ସହ ଘରେଘରେ ଅତିଥିମାନଙ୍କ ଗହଳି ଲାଗି ରହିଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଏହି ଅବସରରେ ବରଗଡ ସହର ସଜେଇ ହୋଇ ମଥୁରା ନଗରୀର ରୂପ ନେଇଛି । ଅମ୍ବାପାଲି ଏବେ ଗୋପପୁର ପାଲଟିଥିବା ବେଳେ ଜୀରା ନଈ ଯମୁନା ନଦୀ ଭାବେ ପରିଚିତି ପାଇଛି ।

ଅନ୍ୟପକ୍ଷରେ ଧନୁଯାତ୍ରା ପାଇଁ ସ୍ଥାନୀୟ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ନେଇ ଜଣାପଡିଛି।

ଏହି ୧୧ ଦିନ ଯାତ୍ରା ମଧ୍ୟରେ କଂସ ମହାରାଜାଙ୍କ କ୍ରୁରତା ତଥା ଶାସନ, ଉଗ୍ରସେନଙ୍କ ଗାଦିଚ୍ୟୁତ୍ ଏବଂ ଦେବକୀ ଓ ବସୁଦେବଙ୍କ ବିବାହ ତଥା ଦୈବବାଣୀ ଆଦି ଦେଖିବାକୁ ମିଳିବ।

 

 

Leave A Reply

Your email address will not be published.