Latest Odisha News

BREAKING NEWS

ବିନା ହେଲ୍‌ମେଟ୍‌ରେ ଗାଡ଼ି ଶିଖୁଥିଲେ ରଜନୀକାନ୍ତଙ୍କ ନାତି, ଧରିଲା ଟ୍ରାଫିକ୍ ପୋଲିସ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ନାତି ୟାତ୍ରା ରାଜାଙ୍କ ନାମରେ କଟିଛି ଚାଲାଣ । ୧୭ ବର୍ଷୀୟ ଏହି ଷ୍ଟାରକିଡ୍ ଟ୍ରାଫିକ ନିୟମକୁ ଅଣଦେଖା କରିବା ପରେ ତାଙ୍କ ନାମରେ ଚାଲାଣ କଟିଛି । ସେ ବିନା ହେଲ୍‌ମେଟ୍ ଓ ଲାଇସେନ୍ସରେ ଚେନ୍ନାଇର ପୋସ୍ ଗାର୍ଡେନ୍ ଅଞ୍ଚଳରେ ଏକ ସୁପରବାଇକ୍ ଚଳାଉଥିବା ବେଳେ ଧରାପଡିଥିଲେ । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓରେ ସାଉଥ ସୁପରଷ୍ଟାର ଧନୁଷଙ୍କ ବଡ଼ ପୁଅ ୟାତ୍ରା ରାଜା ଜଣେ ପ୍ରଶିକ୍ଷକଙ୍କ ସାହାଯ୍ୟରେ ରାସ୍ତାରେ ବାଇକ ଧରି ବୁଲୁଥିବା ଦେଖାଯାଇଛି । ଜଣାପଡ଼ିଛି ଯେ ସେ ବାଇକ୍ ଚଳାଇବା ଶିଖୁଥିଲେ । ତେବେ ଭିଡିଓ ସାମ୍ନାକୁ ଆସିବା ପରେ ତାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କାରଣ ସେ ହେଲମେଟ ପିନ୍ଧି ନଥିଲେ କିମ୍ବା ତାଙ୍କ ବାଇକରେ ନମ୍ବର ପ୍ଲେଟ ସ୍ପଷ୍ଟ ଦେଖାଯାଉ ନଥିଲା । କୁହାଯାଉଛି ଯେ ଯେତେବେଳେ କର୍ତ୍ତୃପକ୍ଷ ଧନୁଷ ଏବଂ ତାଙ୍କ ପୁଅଙ୍କ ସହ ଯୋଗାଯୋଗ କରିଥିଲେ, ସେତେବେଳେ ଜାଣିବାକୁ ମିଳିଲା ଯେ ତାଙ୍କ ନିକଟରେ କୌଣସି ଡ୍ରାଇଭିଂ ଲାଇସେନ୍ସ ବି ନାହିଁ । ଭିଡିଓରେ ତାଙ୍କର ପରିଚୟ ନିଶ୍ଚିତ କରିବାକୁ ପୋଲିସ୍ ୟାତ୍ରାଙ୍କ ମାଆ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲା । ପରେ ସ୍ପଷ୍ଟ ହୋଇଥିଲା ।

୨୦୦୪ ମସିହା ନଭେମ୍ବର ୧୮ ତାରିଖରେ ଧନୁଷ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ତଥା ଫିଲ୍ମ ନିର୍ମାତା ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ । ଦୁଇ ବର୍ଷ ପରେ, ୨୦୦୬ ମସିହାରେ ପୁଅ ୟାତ୍ରା ଜନ୍ମ ହୋଇଥିବା ବେଳେ୨୦୧୦ରେ ସେମାନଙ୍କ ଦ୍ୱିତୀୟ ପୁତ୍ର ସନ୍ତାନ ଲିଙ୍ଗ ଜନ୍ମଲାଭ କରିଥିଲା । ଧନୁଷ ଓ ଐଶ୍ୱର୍ଯ୍ୟା ଏକ ବର୍ଷ ପୂର୍ବେ ପରସ୍ପରଙ୍କଠାରୁ ଅଲଗା ହୋଇ ଯାଇଛନ୍ତି ।

Leave A Reply

Your email address will not be published.