Latest Odisha News

BREAKING NEWS

ମର୍ମନ୍ତୁଦ ଦୁର୍ଘଟଣା: ଡ୍ରାଇଭର ମୃତ, ବର ଓ କନ୍ୟା ସହ ୮ଗୁରୁତର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ବିଜୁ ଏକ୍ସପ୍ରେସ ୱେର ଆମପାଣି ନିକଟରେ ଦୁର୍ଘଟଣା ହୋଇଛି । ବୋଲେରୋ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇଥିଲା । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ବର, କନ୍ୟାଙ୍କ ସମେତ ୮ଜଣ ଗୁରୁତର ହୋଇଥିଲେ ।

ସୂଚନା ଅନୁଯାୟୀ, ଛତିଶଗଡ଼ର ଡ଼ୁମେରପଦର ଗାଁରୁ ଗତକାଲି ବର ବାହାଘର ପାଇଁ ନବରଙ୍ଗପୁର ଜିଲ୍ଲା ସର୍ଗିଗୁଡ଼ା ଗାଁକୁ ଆସିଥିଲା । ବିବାହ ସାରିବା ପରେ ଗତ ରାତିରେ ବର କନିଆଙ୍କ ସହିତ ୮ଜଣ ଏକ ବୋଲୋରୋରେ ଛତିଶଗଡ଼ ଫେରୁଥିଲେ । ରାତି ୧୧ଟା ସମୟରେ ବୋଲେରୋ ଗାଡ଼ି ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଶକ୍ତିଶାଳୀ ହୋଇଥିଲା ଯେ ଟ୍ରକଟି ରାସ୍ତା ଉପରେ ଓଲଟିପଡ଼ିଥିଲା ।

ଡ୍ରାଇଭରଙ୍କୁ ହସ୍ପିଟାଲ ନେଇ ଯାଉଥିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବୋଲେରୋରେ ଯାଉଥିବା ବର, କନ୍ୟା ସହ ୮ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଥିବା ସମସ୍ତ ୮ଜଣଙ୍କୁ ଧର୍ମଗଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ଅଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.