Latest Odisha News

BREAKING NEWS

ଟିକା ପ୍ରସ୍ତୁତ ନ ହେବା ଯାଏଁ ମାନନ୍ତୁ କଟକଣା: ଧର୍ମେନ୍ଦ୍ର

ଭୁବନେଶ୍ବର: କରୋନା ସ୍ଥିତି ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାତ୍ତା ଦେଇଛନ୍ତି । ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ରହିବାକୁ ପଡିବ । ଯେଉଁ ପର୍ଯ୍ୟନ୍ତ କରୋନା ଟୀକା ତିଆରି ହୋଇନାହିଁ ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମକୁ ପାଳନ କରିବା ଦରକାର ।

ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲା ଏବଂ ସୁନ୍ଦରଗଡ଼ର ରାଉରକେଲା ମୁନିସିପାଲଟିରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ୍ ଡ଼ାଉନ୍ ଘୋଷଣା କରିଛନ୍ତି । ଏହି ଅଂଚଳର ଲୋକମାନେ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅସୀମ ଧୈର୍ଯ୍ୟର ପରାକାଷ୍ଠା ଦେଖାଇ ସରକାର, ପ୍ରଶାସନ ଓ ଅଧିକାରୀ ମାନଙ୍କୁ ସହଯୋଗ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଅତୀତରେ ଓଡ଼ିଶା ବହୁ ମହାମାରୀର ମୁକାବିଲା କରିଛି । ଏଥର କରୋନାକୁ ମଧ୍ୟ ସଫଳତାର ସହ ମୁକାବିଲା କରିବ । ମହାପ୍ରଭୁଙ୍କ ଆର୍ଶ୍ରିବାଦ ଓଡିଶା ଉପରେ ରହିଛି । ବିଶୃଙ୍ଖଳିତ ହେଲେ ସମସ୍ତେ ଅସୁବିଧାରେ ପଡିବେ । ତେଣୁ ଏହି ମହାମାରୀ ଲମ୍ବା ସମୟ ଧରି ଚାଲିବ ଏପରି ସ୍ଥିତିରେ ଜୀବନ ଓ ଜୀବିକାର ସନ୍ତୁଳନ କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Comments are closed.