Latest Odisha News

ପୁଣି ଥରେ ସିଟି ହସ୍ପିଟାଲ ଦାବି ନେଇ ତେଜିଲା ଆନ୍ଦୋଳନ; ୧୨ ଘଣ୍ଟିଆ ଢ଼େଙ୍କାନାଳ ବନ୍ଦ ଡାକରା

ଢ଼େଙ୍କାନାଳ: ପୁଣି ଥରେ ସିଟି ହସ୍ପିଟାଲ ଦାବି ନେଇ ଆନ୍ଦୋଳନ ଦେଖାଦେଇଛି । ଆଜି ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ଅନ୍ୟାନ୍ୟ ସଙ୍ଗଠନ ଢ଼େଙ୍କାନାଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ।

ବାଜି ଚୌକ ସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଆଜି ଢ଼େଙ୍କାନାଳ ସହରରେ ବନ୍ଦ ଡାକରା ଦିଆଯାଇଛି । ଏହି ଆନ୍ଦୋଳନ ପାଇଁ ଢ଼େଙ୍କାନାଳ ସହରର ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ଗାଡି ମୋଟର, ଅଫିସ ବନ୍ଦ ରହିଛି । ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ବରଗଡରେ ମଧ୍ୟ ସିଟି ହସ୍ପିଟାଲ ଦାବି ନେଇ ରାସ୍ତାକୁ ଓହ୍ଲାଇଥିଲେ ସ୍ଥାନୀୟ ଲୋକେ ।

Leave A Reply

Your email address will not be published.