Latest Odisha News

୧୦ ଆଇପିଏଲ ଟ୍ରଫି ଜିତିଥିବା ଦୁଇ ଅଧିନାୟକଙ୍କ ଯୁଗ ଶେଷ: ଜଣଙ୍କୁ ହଟାଗଲା, ଅନ୍ୟ ଜଣେ ହଟିଗଲେ

ମୁମ୍ବାଇ: ଆଇପିଏଲର ୨୦୨୪ ସଂସ୍କରଣ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ ହୋଇଯାଇଛି । ତେବେ ଏଥର ଆଇପିଏଲ ଇତିହାସର ଦୁଇ ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମା ଏଥର କିନ୍ତୁ ନେତୃତ୍ୱ ଦାୟିତ୍ୱରୁ ଓହରି ଯାଇଛନ୍ତି । ସମୁଦାୟ ୧୬ ସିଜନରୁ ଉଭୟ ଅଧିନାୟକ ୫ ଥର ଲେଖାଏଁ ଦଳକୁ ଚାମ୍ପିୟନ କରାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ ରିତୁରାଜ ଗାଏକ୍ୱାଡଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି । ଧୋନୀ ଶେଷ ମୂହର୍ତରୁ ଅଧିନାୟକ ପଦରୁ ଓହରିଯାଇ ପୂନର୍ବାର ସମସ୍ତଙ୍କୁ ଚକିତ କରାଇଥିଲେ । ଅନ୍ୟ ଅର୍ଥରେ ଆଇପିଏଲରେ ୨ ସଫଳ ଅଧିନାୟକଙ୍କ ଯୁଗ ଶେଷ ହୋଇଛି ।

ରୋହିତ ୨୦୧୩ରୁ ୨୦୨୩ ମଧ୍ୟରେ ମୁମ୍ବାଇକୁ ଚାମ୍ପିୟନ କରାଇଥିବା ବେଳେ ଧୋନୀ ୨୦୦୮ରୁ ୨୦୨୩ ମଧ୍ୟରେ ଚେନ୍ନାଇକୁ ସମାନ ସଂଖ୍ୟକ ମ୍ୟାଚରେ ବିଜୟୀ କରାଇଥିଲେ । ରୋହିତ ୧୫୮ ମ୍ୟାଚରୁ ୮୭ରେ ଦଳକୁ ଜିତାଇଥିବା ବେଳେ ଧୋନୀ ୨୧୨ ମ୍ୟାଚରେ ଦଳର ନେତୃତ୍ୱ ନେଇ ୧୨୮ରେ ବିଜୟ ହାସଲ କରିଛନ୍ତି । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସର୍ବାଧିକ ୧୨ଥର ପ୍ଲେଅଫକୁ କ୍ୱାଲିଫାଇ କରିଛି । ସେହିପରି ୧୦ ଥର ଫାଇନାଲରେ ପ୍ରବେଶ କରିଛି । ଏହି ଦୁଇ ମହାନ ଅଧିନାୟକଙ୍କ ଅଭାବ ଏଥର ଆଇପିଏଲରେ ନିଶ୍ଚିତ ଭାବେ ପରିଲକ୍ଷିତ ହେବ ।

Comments are closed.