Latest Odisha News

BREAKING NEWS

ଧୋନୀ ଏମିତି କଣ ଲେଖିଲେ ଯେ, ପ୍ରଶଂସକଙ୍କ ମୁଣ୍ଡରେ ପଶୁନି

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଧୋନୀ ସୋସିଆଲ ମିଡିଆରେ ଲେଖିଛନ୍ତି ନୂଆ ସଂସ୍କରଣ ନୂତନ ଦାୟିତ୍ୱ । ଯାହାକୁ ନେଇ ପ୍ରଶଂସକମାନେ ଭିନ୍ନ ଭିନ୍ନ କଥା ଚିନ୍ତା କରିବାରେ ଲାଗିଛନ୍ତି । କେହି କେହି ଏହାକୁ ରାଜନୀତି ସହ ମଧ୍ୟ ଯୋଡୁଛନ୍ତି । ସେହିପରି ଚେନ୍ନାଇର କୋଚ, ମେଂଟର ଓ ଓପନର ହେବା ନେଇ ପ୍ରଶଂସକମାନେ ଅନୁମାନ ଲଗାଇଛନ୍ତି । ଏହା ପୂର୍ବରୁ ସେ ଅନେକ ଥର ତାଙ୍କ ନିଷ୍ପତିକୁ ନେଇ ପ୍ରଶଂସକଙ୍କୁ ଚକିତ କରିଥିବା ବେଳେ ଏଥର କିନ୍ତୁ ଶୈଳୀ ଭିନ୍ନ ରହିଛି ।

ଧୋନୀଙ୍କ ଶୈଳୀକୁ ନକରାତ୍ମକ ଢ଼ଙ୍ଗରେ ନେଉଥିବା କେତେକ ବ୍ୟକ୍ତିଙ୍କ ମଧ୍ୟରେ ସେ ବିଜ୍ଞାପନ ପାଇଁ ଏ ଭଳି ସସପେନ୍ସ ସୃଷ୍ଟି କରିଛନ୍ତି । ତେବେ ସେ ଯାହା ହେଉନା କାହିଁକି ଧୋନୀଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ୨୦୨୦ରେ ହଠାତ ଧୋନୀ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଦେଖାଯାଉ ଧୋନୀଙ୍କ ନୂଆ ଇନିଂସକୁ ପ୍ରଶଂସକ କିଭଳି ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.