Latest Odisha News

BREAKING NEWS

ଆସନ୍ତୁ ଜାଣିବା ଧୋନୀ କାହିଁକି ବ୍ୟାଟ ଚୋବାନ୍ତି

ମାଡ୍ରାସ: ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନୀ ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ବ୍ୟାଟ ଚୋବାଇଥାନ୍ତି । ତେବେ ସେ ଏପରି କାହିଁକି କରିଥାନ୍ତି ଏହାର ଖୁଲାସ ପୂର୍ବତନ କ୍ରିକେଟର ଅମିତ ମିଶ୍ର କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ଯେ ବ୍ୟାଟକୁ ସଫା ରଖିବା ପାଇଁ ସେ ଏପରି କରିଥାନ୍ତି । ବ୍ୟାଟରେ କୌଣସି ଟେପ ଲାଗିଥିଲେ ସେ ଏହାକୁ କାଢ଼ିଥାନ୍ତି । ସେହିପରି ସାମାନ୍ୟ ସୂତା ଖଣ୍ଡେ ମଧ୍ୟ ବ୍ୟାଟରେ ବାହାରିଥିଲେ ସେ କାମୁଡି ଛିଡେଇ ଦେଇଥାନ୍ତି ।

ଆଇପିଏଲର ଚଳିତ ସଂସ୍କରଣରେ ଧୋନୀ ପ୍ରଥମରୁ ଅଧିନାୟକ ନହୋଇ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ଦେଇଥିଲେ । ମାତ୍ର ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଶେଷରେ ଜାଡେଜାଙ୍କ ଅନୁରୋଧକ୍ରମେ ଧୋନୀ ପୁନର୍ବାର ଅଧିନାୟକ ହୋଇଥିଲେ ମଧ୍ୟ ଦଳକୁ ନକଆଉଟ ଦୌଡରେ ପ୍ରବେଶ କରାଇପାରି ନ ଥିଲେ । ସେ ୧୧ ମ୍ୟାଚରେ ୩୨.୬୦ ଆଭରେଜରେ ୧୬୩ ରନ ସଂଗ୍ରହ କରିଛନ୍ତି । ଧୋନୀ ଚଳିତ ଆଇପିଏଲରେ ୩ଟି ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇବା ପରେ ୨ଟିରେ ବିଜୟ ହାସଲ କରିଛନ୍ତି ।

Leave A Reply

Your email address will not be published.