Latest Odisha News

ଅଧିକ ବୁଦ୍ଧି ପ୍ରୟୋଗ କରିବା ଧୋନୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ, ଖେଳି ନ ପାରନ୍ତି ଫାଇନାଲ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପୁନର୍ବାର ମହେନ୍ଦ୍ର ସିଂ ଧୋନୀଙ୍କ ବଳିଷ୍ଠ ନେତୃତ୍ୱ ବଳରେ ଫାଇନାଲରେ ପ୍ରବେଶ କରିଛି । ତେବେ ଗୁଜରାଟ ଟାଇଟନ୍ସ ବିପକ୍ଷରେ କ୍ୱାଲିଫାୟର ୧ରେ ଧୋନୀ ଅଧିକ ବୁଦ୍ଧି ପ୍ରୟୋଗ କରି ଅଡୁଆରେ ପଡିଛନ୍ତି । ମାଥିସା ପାଥିରନଙ୍କୁ ଖେଳାଇବା ପାଇଁ ସେ ଜାଣିଶୁଣି ଅମ୍ପାୟର ଓ ଦର୍ଶକଙ୍କ ସମୟ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ମାଥିଷାଙ୍କୁ ୧୬ତମ ଓଭରରେ ଅମ୍ପାୟର ବୋଲିଂ କରିବା ପାଇଁ ଅନୁମତି ଦେଇ ନ ଥିଲେ । ନିୟମ ଅନୁସାରେ ସେ ଆବଶ୍ୟକ ସମୟ ପଡିଆରେ ନ ଥିଲେ । ଧୋନୀ ତାଙ୍କୁ ବୋଲିଂ କରାଇବାକୁ ଚାହୁଁଥିବାରୁ ଅମ୍ପାୟରରଙ୍କ ସହ ସାଥୀ ଖେଳାଳିଙ୍କୁ ନେଇ ଆଲୋଚନା କରିଥିଲେ । ଶେଷରେ ପାଥୀରନ ବୋଲିଂ କରିଥିଲେ ଓ ଯାହାର ଫାଇଦା ଦଳକୁ ମିଳିଥିଲା ।

ଫିଲ୍ଡ ଅମ୍ପାୟର ଯଦି ଧୋନୀଙ୍କ ବିରୋଧରେ ସମୟ ନଷ୍ଟ କରାଇବାରେ ଦୋଷୀ ପାଆନ୍ତି ତାହାହେଲେ ସେ ଦଣ୍ଡିତ ହୋଇପାରନ୍ତ । ଧୋନୀଙ୍କୁ ଜରିମାନା ଦଣ୍ଡରେ ଦଣ୍ଡିତ କରିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ଅନ୍ୟ କେତେକ ସମୀକ୍ଷକ ଖେଳର ନିୟମ ଭଙ୍ଗ କରିବା ଅଭିଯୋଗରେ ଫାଇନାଲରୁ ବାସନ୍ଦ କରିପାରନ୍ତି । ଫାଇନାଲ ପୂର୍ବରୁ ଆଉ ୪ ଦିନ ବ୍ରେକ ଥିବାରୁ ଦେଖାଯାଉ କଣ ନିଷ୍ପତି ଆସୁଛି ।

Comments are closed.