Latest Odisha News

ଆସୁଛନ୍ତି ରାଷ୍ଟ୍ରପତି: କାଲି ସନ୍ଧ୍ୟାରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ କୋବିନ୍ଦ

ଭୁବନେଶ୍ଵର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । କାଲି ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରୁ ସିଧା ରାଜଭବନ ଯାଇ ସେଠାରେ ରାତ୍ରି ଯାପନ କରିବେ ।

୨୧ ତାରିଖ ସକାଳେ ଭୁବନେଶ୍ୱର ଏୟାରପୋର୍ଟ ହୋଇ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବ ରାଷ୍ଟ୍ରପତି । ଝାରସୁଗୁଡ଼ାରୁ ରାଷ୍ଟ୍ରପତି ରାଉରକେଲା ଗସ୍ତ କରିବେ । ସକାଳ ୧୧ଟାରେ ରାଉରକେଲା ସ୍ଥିତ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହାପରେ ରାଷ୍ଟ୍ରପତି ଅପରାହ୍ନରେ ଆଇଜିଏଚର ସୁପର ସ୍ପେଶାଲିଟି ହସ୍ପିଟାଲକୁ ବି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରପତି ପୁରୀ ଓ କୋଣାର୍କ ଯିବାର ବି କାର୍ଯ୍ୟକ୍ରମ ରହିଛି । ୨୨ ତାରିଖ ସକାଳେ ସେ ପୁରୀରେ ପହଞ୍ଚିବେ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କୋଣାର୍କ ପରିଦର୍ଶନ କରିବେ ରାଷ୍ଟ୍ରପତି କୋବିନ୍ଦ । ଏହାପରେ ଅପରାହ୍ଣ ୫ଟା ବେଳେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଆସିବେ ।

Leave A Reply

Your email address will not be published.