Latest Odisha News

BREAKING NEWS

[ଭିଡ଼ିଓ] କାଶୀପୁର ବ୍ଲକରେ ବଢୁଛି ଡାଇରିଆ ଆତଙ୍କ, ୮ଦିନରେ ୪ ମୃତ

କାଶୀପୁର : ରାୟଗଡ଼ା କାଶୀପୁର ବ୍ଲକ ଡିଡିଘାଟ ଗାଁରେ ଡାଇରିଆ ଆତଙ୍କ । ୮ ଦିନରେ ୪ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏନେଇ ଆତଙ୍କିତ ହୋଇପଡ଼ିଛନ୍ତି ଗାଁର ଲୋକେ ।

କିଛି ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରିବା ପରେ ପୁଣି ଥରେ ଗାଁରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି । ତେବେ ପରୀକ୍ଷା ପରେ ଦୂଷିତ ପାଣି ଯୋଗୁ ଏହି ଡାଇରିଆ ବ୍ୟାପିଥିବା ଜଣାପଡ଼ିଲା ।

ଗାଁରେ ୧୭ ପରିବାର ରହୁଥିବା ବେଳେ ବିଭିନ୍ନ ସମସ୍ୟା ଘେରରେ ରହୁଛନ୍ତି । ଆଉ ସବୁଠୁ ବଡ଼ ସମସ୍ୟା ହେଲା ସେଠ।ରେ ଲୋକେ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି । ଗାଁରେ ଯେଉଁ ନଳକୂଅ ରହିଛି ତାହା ଗାଁର ଲୋକଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି ।

କେବଳ ପିଇବା ପାଣି ସମସ୍ୟା ନୁହେଁ ଗାଁରେ ପିଇବାପାଣିରୁ ନେଇ ରାସ୍ତାଘାଟ ଏପରିକି ଖାଇବାକୁ ମୁଠାଏ ବି ପାଉନାହାନ୍ତି । ଶିକ୍ଷା ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥା ବି ସେଠାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହିଭଳି ସ୍ଥଳେ ଗାଁରେ ଡାଇରିଆ ବ୍ୟାପିବାରେ ଲାଗିଛି ।

ଯାହାର ଏଯାଏଁ ନିଦାନ ମିଳିପାରୁନି । ବହୁବାର ଗାାଁର ଲୋକେ ଅଭିଯୋଗ ଆଣିଛନ୍ତି । ଏଥିପ୍ରତି ଖୁବଶିଘ୍ର ଗୁରୁତ୍ୱ ଦିଆଯାଇ ଗାଁର ଲୋକଙ୍କୁ ସହଯୋଗ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ଏବେଠାରୁ ପ୍ରତିକାର କରାନଗଲେ ଆଗକୁ ଏହି ଡାଇରିଆ ଭୟଙ୍କର ରୂପ ନେବ ଏଥିରେ ସନ୍ଦେହ ନାହିଁ ।…

Leave A Reply

Your email address will not be published.