Latest Odisha News

[ଦେଖନ୍ତୁ ଭିଡିଓ] ନନ୍ଦାହାଣ୍ଡିରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ, ୧୭ ଅସୁସ୍ଥ

ନବରଙ୍ଗପୁର: ରାୟଗଡ଼ା, କୋରାପୁଟ ପରେ ନବରଙ୍ଗପୁର । ପୁଣି ବ୍ୟାପିଲା ଝାଡ଼ାବାନ୍ତି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଖଡ଼ିଆଗୁଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଁର ପ୍ରାୟ ୧୭ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କିଛିଦିନ ତଳେ ଝାଡ଼ାବାନ୍ତିରେ ଝରିଗାଁ ବ୍ଲକ ଡୁମରପଦର ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗାଁରେ ଥବିର ମାଝୀଙ୍କ ମୃତ୍ୟୁ ହୋଇଛି । ଡାକ୍ତରୀ ଦଳ ଆକ୍ରାନ୍ତଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି । ଗ୍ରାମବାସୀ ପିଉଥିବା ପାଣିର ନମୁନା ମଧ୍ୟ ପରୀକ୍ଷା କରାଯାଉଛି ।

ଖଡ଼ିଆଗୁଡା ଗାଁରେ ମେଡିକାଲ ଟିମ୍ କ୍ୟାମ୍ପ କରି ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି । ପ୍ରଶାସନ ସ୍ଥିତି ଉପରେ ନଜର ରଖିଥିବା ବେଳେ ବିଶୁଦ୍ଧ ପାଣି ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି ।

Comments are closed.