ଭରତପୁର: ଭରତପୁରର ପସୋପା ଅଂଚଳରେ ଚାଲିଥିବା ଅବୈଧ ଖନନକୁ ଦୀର୍ଘ ଦିନ ଧରି ସାଧୁମାନେ ବିରୋଧ କରି ଆସୁଛନ୍ତି । ୨୦ ଜୁଲାଇରେ ସନ୍ଥ ବିଜୟ ଦାସ ଏହାକୁ ବିରୋଧ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିଲା ବେଳେ ସେ ରାଧେ ରାଧେ କରି ଦୌଡୁଥିଲେ । ତାଙ୍କ ଦେହରୁ ନିଆଁ ଲିଭାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଛି । ପୁଅ ଏବଂ ବୋହୂଙ୍କ ମୃତ୍ୟୁ ପରେ ସେ ବରସାନା ମାନ ମନ୍ଦିରକୁ ପଳାଇ ଆସି ରହୁଥିଲେ । ତାଙ୍କୁ ପଶୁପତି ନାଥ ମନ୍ଦିରର ମହନ୍ତ କରାଯାଇଥିଲା । ବିଜୟଙ୍କର ଜଣେ ନାତୁଣୀ ଅଛନ୍ତି । ସେ ଶେଷ ଦର୍ଶନ କରିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ପାଖାପାଖି ୫୦୦ ଦିନ ହେବ ଏହି ଆନ୍ଦୋଳନ ଚାଲିଛି । ଜଣେ ସାଧୁ ଏବେ ବି ମୋବାଇଲ ଟାୱାରରେ ବସି ରହିଛନ୍ତି । ଅନ୍ୟ ସାଧୁମାନେ ପସୋପାରେ ତାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଜିଦ ଧରିଥିଲେ, ଶେଷରେ ପ୍ରଶାସନ ପକ୍ଷରୁ ବହୁ ବୁଝା ଶୁଝା ପରେ ବରସାନାରେ ସେମାନେ ଅନ୍ତିମ ସଂସ୍କାର କରିବା ପାଇଁ ରାଜି ହୋଇଛନ୍ତି ।
BREAKING NEWS
- ଆମେରିକାରେ ବ୍ୟାଙ୍କିଙ୍ଗ ସେବା ଠପ୍, ହନ୍ତସନ୍ତ ଗ୍ରାହକ
- ଶୀତଦିନେ ଗାଡ଼ିର ଏସି ଚଲାଇବା ପାଗଳାମି ନା ବୁଦ୍ଧିମାନର କାମ? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ
- Frog swallows Cobra: ଶିକାରୀ ପାଲଟିଲା ଶିକାର! ସାପକୁ ଗୋଟା ଗିଳିଦେଲା ବେଙ୍ଗ!
- ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୩% ବଢିଲା ମହଙ୍ଗା ଭତ୍ତା
- ଆମେରିକୀୟ ଗୁଇନ୍ଦା: ୱାଶିଂଟନ୍ ଉପରକୁ ବୋମା ଆକ୍ରମଣ କରିବାକୁ ଯୋଜନା କରୁଛି ଇରାନ !
- UP assembly polls 2027: ୧୮୧ ଆସନ ପାଇଁ କଂଗ୍ରେସର ଦାବି, ଅଡୁଆରେ ଅଖିଳେଶ! ମେଣ୍ଟରେ ଫାଟ ସୃଷ୍ଟି କରିବ କି ଆସନ ବୁଝାମଣା?
- Budget 2027: ଏଥର Gen Z କହିବେ କେମିତି ହେବ ଆଗାମୀ ବଜେଟ୍! ଯୁବପିଢ଼ିଙ୍କ ସହ ସିଧା କଥା ହେବେ ନିର୍ମଳା ସୀତାରମଣ…
- Thai YouTuber Harassed On Livestream: ବିଦେଶୀ ପର୍ଯ୍ୟଟକଙ୍କୁ ଅସଦାଚରଣ, ବନ୍ଧାହେଲେ ଅଟୋ ଡ୍ରାଇଭର
- ଏମ୍ସରେ ଖୋଲିଲା ୩ଟି ଅତ୍ୟାଧୁନିକ ପରୀକ୍ଷାଗାର, ସୁବ୍ୟବସ୍ଥିତ ହେବ ମଧୁମେହ, ଗର୍ଭକାଳୀନ ଓ ନବଜାତ ଶିଶୁ ସ୍କ୍ରିନିଂ
- ITF M25 ପୁରୁଷ ଟେନିସ୍ ଟୁର୍ଣ୍ଣାମେଂଟ: ଅନ୍ତର୍ଜାତୀୟ ଟେନିସ୍ ମାନଚିତ୍ରରେ ସ୍ଥିତି ସୁଦୃଢ କଲା ଓଡିଶା
Comments are closed.