Latest Odisha News

BREAKING NEWS

ନରସିଂହପୁର ଆଉ ଏକ ଗୁଳିବିଦ୍ଧ ହାତୀ

କଟକ:  ହାତୀ ମୃତ୍ୟୁ ମାମଲା ହାଇକୋର୍ଟରେ ପହଁଚିଲାଣି । କିନ୍ତୁ ଶିକାରୀମାନଙ୍କ ଗୁଳି ହାତୀ ଦେହରୁ ଦିନକୁ ଦିନ ବାହାରିବାରେ ଲାଗିଛି । ଆଠଗଡ଼ ନରସିଂହପୁର ବନାଞ୍ଚଳରେ ପୁଣି ଏକ ଗୁଳିବିଦ୍ଧ ଦନ୍ତାହାତୀ ବୁଲୁଥିବା ସ୍ଥାନୀୟ ଅଂଚଳରେ ଚର୍ଚା ହେଉଛି । କେହି ଶିକାରୀ ହାତୀକୁ ଗୁଳି ମାରି ଦେଇଥିବାରୁ ତାର ଚିତ୍କାର ବିକଟାଳ ହୋଇଥିଲା ଏଭଳି ଲୋକେ ଆଶଙ୍କା କରୁଛନ୍ତି । ହାତୀର କାନପାଖରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାର କାନରେ ଗୁଳି ବାଜିଥିବା କୁହାଯାଉଛି ।

ମାସେ ପୂର୍ବରୁ ଏପରି ଏକ ହାତୀର ଜୀବନ ଯାଇଛି । ଆଡ଼ଗଡର  ନୂଆଗଡ଼  ଜଙ୍ଗଲରେ ଏହି ଗୁଳିବିଦ୍ଧ ଦନ୍ତାହାତୀ ଏବେ ବୁଲୁଛି ।  ଅସୁସ୍ଥ ଦନ୍ତା ହାତୀଟିଚାରିପାଂଚ ଦିନ ହେଲା ବୁଲୁଥିବା ଜଣାପଡ଼ିଛି । ହାତୀର କାନ ପାଖରେ ଗଭୀର ଆଘାତ ଲାଗିଛି । ଦାନ୍ତ ପାଇଁ ହାତୀକୁ କେହି ଶିକାରୀ ଗୁଳି ମାଡ଼ କରିଥାଇପାରେ । ବନବିଭାଗ ପକ୍ଷରୁ ଏହି ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଉଦ୍ୟମ କରାଯାଇଥିଲା । ମାତ୍ର ଏଥିରେ ବନବିଭାଗ ସଫଳ ହୋଇନି ।

ବନବିଭାଗ ଜାଣିଶୁଣି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ଗୋଟିଏ ଗୁଳିବିଦ୍ଧ ହାତୀର ମୃତ୍ୟୁ ଘଟିଥିଲା । ଗଲା ଛଅ ମାସ ମଧ୍ୟରେ ଉଭୟ ପୂର୍ବ ଏବଂ ପଶ୍ଚିମ ବନ ବିଭାଗ ଅଧୀନରେ ତିନିଟି ହାତୀ କଙ୍କାଳ ଏବଂ ତିନିଟି ହାତୀର ମୃତଦେହ ମିଳିଥିବା ବେଳେ ବଡ଼ମ୍ୱା ବନବିଭାଗ ଅଧୀନରେ ୪ଟି ହାତୀ କଙ୍କାଳ ଉଦ୍ଧାର କରାଯାଇଛି । ତେବେ ଏହି ହାତୀକୁ ପୁଣି ଟ୍ରାଙ୍କୁଲାଇଜ କରାଯିବ ବୋଲି ବନବିଭାଗ କହିଛି ।

Leave A Reply

Your email address will not be published.