Latest Odisha News

BREAKING NEWS

‘ଦୋସ୍ତାନା ୨’ରୁ ଆଉଟ୍‌ ହେବା ପରେ କାର୍ତ୍ତିକଙ୍କୁ ଅନ୍‌ଫଲୋ କଲେ କରଣ?

ନୂଆଦିଳ୍ଲୀ: ‘ଦୋସ୍ତାନା ୨’ରୁ ବାହାରିବା ପରେ କରଣ ଜୋହର କାର୍ତ୍ତିକ ଆର୍ଯ୍ୟନଙ୍କୁ ଅଣଦେଖା କରିଥିବା ଜଣାଯାଇଛି। ଶୁକ୍ରବାର ଦିନ କରଣଙ୍କ ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ପ୍ରସ୍ତୁତ ଦୋସ୍ତାନା ସିକ୍ୱେଲରେ କାର୍ତ୍ତିକଙ୍କୁ ଆଉଟ୍‌ କରାଯାଇଥିବା ଜଣାଯାଇଛି। ଏହାର କାରଣକୁ ନେଇ ନିର୍ମାତା କିମ୍ବା ଅଭିନେତାଙ୍କଠୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ପରେ ଧର୍ମା ପ୍ରଡକ୍ସନ୍ସ ଦ୍ବାରା ଏକ ବିବୃତ୍ତି ଜାରି କରାଯାଇଥିଲା ଯେଉଁଥିରେ ନିଶ୍ଚିତ କରିଥିଲା ଯେ ସେମାନେ ଏହି ଫିଲ୍ମ ପାଇଁ ନୂଆ କାଷ୍ଟ କରିବେ।

ରିପୋର୍ଟ ଅନୁଯାୟୀ କରଣ ଇନଷ୍ଟାଗ୍ରାମରେ ଅଭିନେତାଙ୍କୁ ଅନ୍‌ଫଲୋ କରିଥିବାବେଳେ କାର୍ତ୍ତିକ କିନ୍ତୁ ତାଙ୍କୁ ଅନୁସରଣ କରୁଥିବା ଜାଣିବାକୁ ମିଳିଛି।

Leave A Reply

Your email address will not be published.