Latest Odisha News

BREAKING NEWS

କିଏ, କାହାକୁ ଧକ୍କା ମାରିଲା ? ଜୟନାରାୟଣ ନା IIC ?

ସମ୍ବଲପୁର: ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ଯାଇଥିବା ବିଜେପି ଅଭିଯୋଗ କରି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି । ସମ୍ବଲପୁରରେ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଛି ଅସ୍ୱାଭାବିକ ସ୍ଥିତି । ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ମହିଳା ପୋଲିସଙ୍କୁ ଧକ୍କା ମାରୁଥିବା କ୍ୟାମେରାରେ କଏଦ ହୋଇଛି ।

ସୂଚନା ଅନୁସାରେ, ସମ୍ବଲପୁର ବିଜେପି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା । ଆଉ ଘେରାଉ ସମୟରେ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଧନୁପାଲି ଥାନା ଆଇଆଇସିଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଧନୁପାଲି ଥାନା ଅଧିକାରୀ ମଧ୍ୟ ଜୟ ନାରାୟଣ ତାଙ୍କୁ ଧକ୍କା ମାରିଥିବା ପାଲଟା ଅଭିଯୋଗ ଆଣିଛନ୍ତି ।

ଏନେଇ ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ କହିଛନ୍ତି, ବିଜେପି କର୍ମୀ ପ୍ରତିବାଦ କରୁଥିଲେ । ପୁରୁଷ ବିଜେପି କର୍ମୀ ପ୍ରତିବାଦ କରିବାରୁ ମହିଳା ଅଫିସର ହଟିଯାଇ ପୁରୁଷ ପୋଲିସ ଆସିଥିଲେ । ସେହି ସମୟରେ ମୁଁ ସାଇଡ୍ ହୋଇ ଯିବାକୁ ଚେଷ୍ଟା କରୁଥିଲି । ସେ ସମୟରେ ବିଧାୟକ ମୋତେ ଖରାପ ବ୍ୟବହାର କରିବା ସହ ମୋ ଉପରକୁ ହାତ ଉଠାଇଥିଲେ ।

ଅନ୍ୟପଟେ ଜୟ ନାରାୟଣଙ୍କ କହିବା କଥା, ମହିଳା ପୋଲିସ ଅଧିକାରୀ ଜଣଙ୍କ ତାଙ୍କୁ ଜାଣିଶୁଣି ଧକ୍କା ମାରିଛନ୍ତି । ଦୁଇ ଥର ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି ଜୟନାରାୟଣ ମିଶ୍ର । ଘଟଣା ଉପରେ ସମ୍ବଲପୁର ଏସପି ପ୍ରତିକ୍ରିୟା ରଖି କହିଛନ୍ତି, ରିପୋର୍ଟ ମାଗିଛୁ । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.