ଭୁବନେଶ୍ୱର: ଆଉ ଦୁଇଦିନ ପରେ ମହା ଶିବରାତ୍ରୀ । ଶନିବାର ହେବାକୁ ଥିବା ଜାଗର ପାଇଁ ପ୍ରଭୁ ଲିଙ୍ଗରାଜ ମନ୍ଦିର ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି । କେତେବେଳେ ହେବ ଦର୍ଶନ, କେତେବେଳେ ଉଠିବ ମହାଦୀପ ଆସନ୍ତୁ ଜାଣିବା ।
ସୂଚନା ମୁତାବକ, ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତିମାନେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ ।
ରାତି ୩ଟାରୁ ପ୍ରଭୁଙ୍କର ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବ । ଏହାପରେ ଭୋର ସାଢେ ୩ଟାରୁ ୧୧ଟା ଯାଏଁ ସାହାଣ ମେଲାଦର୍ଶନ ହେବ । ମଧ୍ୟାହ୍ନ ୧୨ଟାରେ ମହାସ୍ନାନ ହେବ ଏବଂ ଅପରାହ୍ନ ୩.୪୫ରୁ ୪.୪୫ ପର୍ଯ୍ୟନ୍ତ ପୁଣି ଘଣ୍ଟାଏ ଧରି ସାହାଣମେଲା ଦର୍ଶନ ହେବ । ସନ୍ଧ୍ୟା ୭ଟାରେ ଶ୍ରୀଜୀଉଙ୍କ ପହୁଡ ପଡିବ । ସନ୍ଧ୍ୟା ଆଳତୀ, ମାଜଣା ଓ ଯାତ୍ରା ପୂଜା ହେବା ପରେ ରାତି ୧୦ଟାରେ ମହାଦୀପ ଉଠିବ ।
BREAKING NEWS
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ

Comments are closed.