ପୁରୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲ ଦୌଡରୁ ବାଦ ପଡିଛି । ପାଖାପାଖି ୧୦ ବର୍ଷ ମଧ୍ୟରେ ଏହା ଭାରତର ସବୁଠାରୁ ଖରାପ ପ୍ରଦର୍ଶନ କହିଲେ ଭୁଲ ହେବନି । ପ୍ରାରମ୍ଭିକ ମୁକାବିଲାରେ ଯେଉଁ ଭଳି ଭାବେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ପରାଜିତ ହେଲା ତାହା ଏ ପର୍ଯ୍ୟନ୍ତ ବି ପ୍ରଶଂସକମାନେ ଗ୍ରହଣ କରିପାରୁ ନାହାନ୍ତି । ତେବେ ଚାମ୍ପିୟନ ଦାବୀଦାର ଟିମ ଇଣ୍ଡିଆର ଭୁଲ ରହିଲା କେଉଁଠି ?
ବିଶ୍ରାମର ଅଭାବ: ସମସ୍ତ ଟିମ୍ ବିଶ୍ୱକପ ପରି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲେ । ଭାରତର ଅଧିକାଂଶ ଖେଳାଳି ଆଇପିଏଲ ଯୋଗୁ ଉପଯୁକ୍ତ ବିଶ୍ରାମ ପାଇ ନ ଥିଲେ । ଆଇପିଏଲକୁ ଆନ୍ତର୍ଜାତୀୟ ମୁକାବିଲା ତରାଜୁରେ ତଉଲିବା ବୁଦ୍ଧିମାନ କାର୍ଯ୍ୟ ନୁହେଁ ।
ଲେଗ ସ୍ପିନରଙ୍କୁ ସୁଯୋଗ ନ ଦେବା: ଭାରତ ବ୍ୟତୀତ ଏଥର ବିଶ୍ୱକପରେ ସମସ୍ତ ଟିମ ଲେଗ ସ୍ପିନରଙ୍କୁ ସୁଯୋଗ ଦେଇଥିଲେ । ତାହାର ଫାଇଦା ସେମାନଙ୍କୁ ମିଳିଥିଲା । ୟୁଜଭେନ୍ଦ୍ର ଚହଲ ଓ ରାହୁଲ ଚହରଙ୍କୁ କୌଣସି ମ୍ୟାଚ ଖେଳାଗଲା ନାହିଁ । ଶ୍ରୀଲଙ୍କାର ବାନିନ୍ଦୁ ହସରଙ୍ଗା(୧୬), ବାଂଲାଦେଶର ଶକିବ ଉଲ ହାସନ (୧୧) ବ୍ୟତୀତ ଅଷ୍ଟ୍ରେଲିଆର ଆଡାମ ଜାମ୍ପା, ଇଂଲଣ୍ଡର ଅଡିଲ ରଶିଦ ଓ ଆଫଗାନିସ୍ତାନର ରଶିଦ ଖାଁ ଚମତ୍କାର ପ୍ରଦର୍ଶନ କରିଥିଲେ । ରବୀନ୍ଦ୍ର ଜାଡେଜା ଓ ବରୁଣ ଚକ୍ରବର୍ତିଙ୍କୁ ନେଇ ଭାରତ ଜୁଆ ଖେଳିଥିଲା କହିଲେ ଭୁଲ ହେବନି ।
ରୋଟେଶନ ପଲିସି: ଇଂଲଣ୍ଡ ବିଶ୍ୱକପ ପୂର୍ବରୁ ରୋଟେଶନ ପଲିିସି ଲାଗୁ କରିଥିଲା ଯାହାକୁ ପରୋକ୍ଷରେ ସମାଲୋଚନା କରାଯାଉଥିଲା । ମାତ୍ର ଇଂଲଣ୍ଡର ଏହି ରଣନୀତି ତାଙ୍କୁ ଫାଇଦାରେ ରଖିଥିଲା । ଭାରତ ସେହି ଚିରାଚରିତ ରଣନୀତିରେ ବିଶ୍ୱକପକୁ ଓହ୍ଲାଇଥିଲା ।
ବିସିସିଆଇର ଦୃଢ଼ ଆତ୍ମବିଶ୍ୱାସ: ବିସିସିଆଇ ଭାରତର ପ୍ରଦର୍ଶନ ନେଇ ଦୃଢ଼ ଆତ୍ମବିଶ୍ୱାସରେ ରହିଥିଲା । ଆଇପିଏଲ ବିଶ୍ୱକପ ପ୍ରସ୍ତୁତି ପାଇଁ ଉପଯୁକ୍ତ ବୋଲି ମାନସିକସ୍ତରରେ ସମସ୍ତେ ପ୍ରସ୍ତୁତ ହୋଇ ଯାଇଥିଲେ । ସବୁଠାରୁ ବଡ ପ୍ରଶ୍ନ ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ କାହିଁକି ସୁଯୋଗ ଦିଆଗଲାନି ? ସମସ୍ତ ବୋର୍ଡ ବିଶ୍ୱକପକୁ ଧ୍ୟାନରେ ରଖିଥିବା ବେଳେ ବିସିସିଆଇ ଆଇପିଏଲ… ଆଇପିଏଲ ଜପିଥିଲା । ପଡିଆରେ ଖେଳାଳିମାନଙ୍କ ପାଖରେ କ୍ଲାନ୍ତ ଏବଂ ଆତ୍ମବିଶ୍ୱାସର ଅଭାବ ସମ୍ପୂର୍ଣ୍ଣ ଭାବେ ପରିଲକ୍ଷିତ ହେଉଥିଲା ।
ଟିମ କନ୍ଦଳ: ଠିକ୍ ବିଶ୍ୱକପ ପୂର୍ବରୁ କୋଚ ରବି ଶାସ୍ତ୍ରୀ, ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମା ପଦ ଛାଡିବା ଏବଂ ପାଇବା ଚାପରେ ରହିଥିଲେ । ଟିମ ଦୁଇ ଭାଗ ହେଲା ପରି ଲାଗୁଥିଲା । ଟିମକୁ ଏକତ୍ର କରିବା ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ମେଂଟର କରାଗଲା ମାତ୍ର ଲାଭ କିଛି ହେଲାନି । ଖେଳରେ ହାର ଜିତ ଅଛି । ମାତ୍ର ବିନା ସଂଘର୍ଷରେ ହାରିବା ସବୁଠାରୁ ଦୁଃଖର କଥା, ଯାହାକି ଭାରତୀୟ ପ୍ରଶଂସକଙ୍କୁ ବାଧିଛି ।
BREAKING NEWS
- ଶାରୀରିକ କ୍ଷମତା ବା ଭିନ୍ନ-କ୍ଷମତା ପ୍ରତିଭାର ବିକାଶରେ କେବେ ବି ବାଧା ସୃଷ୍ଟି କରେ ନାହିଁ: ମୁଖ୍ୟମନ୍ତ୍ରୀ
- ବାବା ଭେଙ୍ଗାଙ୍କ ବ୍ୟତୀତ ଆଉ କେଉଁମାନଙ୍କ ଭବିଷ୍ୟବାଣୀ ହୋଇଛି ସତ ? ଜାଣନ୍ତୁ…
- CM Air Health Service: ମାଓ ଅଧ୍ୟୁଷିତ ମାଲକାନଗିରିରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସେବା…
- ‘୨୦୨୫-୨୬ରେ ଓଡ଼ିଶାକୁ ୧୩ ଗୁଣ ଅଧିକ ୧୦,୫୯୯ କୋଟିର ରେଳ ବଜେଟ୍ ଆବଣ୍ଟନ କରାଯାଇଛି’
- ୧୮,୧୧୧ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ, କେବଳ ଏହି ଜିଲ୍ଲାରେ ସର୍ବାଧିକ…
- ଘନ କୁହୁଡ଼ିରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ନେଇ ପୂର୍ବତଟ ରେଳପଥର ବିଶେଷ ପଦକ୍ଷେପ
- Ollywood Movie: ସାମାଜିକ ବାର୍ତ୍ତା ନେଇ ଖୁବଶୀଘ୍ର ଆସୁଛି ଓଡ଼ିଆ ଫିଲ୍ମ ‘ମହାକାଳ’
- Fake News Threat To Democracy: ଫେକ୍ ନ୍ୟୁଜ ଗଣତନ୍ତ୍ର ପାଇଁ ବିପଦ: ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଏହି ଲୋକମାନେ ପରମାଣୁ ବୋମାକୁ ସେତିକି ଭୟ କରନ୍ତିନି, ଯେତିକି ଇସଲାମକୁ କରନ୍ତି…
- E-Kyc: ସାଢେ ୬ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାସନ କାର୍ଡ….
Comments are closed.