Latest Odisha News

BREAKING NEWS

କୁଶଭଦ୍ରା ନଦୀରେ ବୁଡ଼ି ବିଟେକ ଛାତ୍ରଙ୍କ ମୃତ୍ୟୁ

ଗୋପ : କୁଶଭଦ୍ରା ନଦୀରେ ବୁଡ଼ି ବିଟେକ ଛାତ୍ରଙ୍କ ମୃତ୍ୟୁ । ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଆସାହି ନିକଟ କୁଶଭଦ୍ରା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତ୍ ଯୁବକ ହେଉଛନ୍ତି ଜଗତସିଂହପୁର ଅଞ୍ଚଳର ବାପି ଦାସ । ବାପି ଜଣେ ସାଙ୍ଗ ଘରକୁ ବୁଲି ଆସିଥିବା ବେଳେ ଅପରାହ୍ନରେ ସାଙ୍ଗ ମାନଙ୍କ ସହିତ କୁଶଭଦ୍ରା ନଦୀକୁ ଗାଧେଇ ଯାଇଥିଲେ ।

ଯୁବକ ଜଣଙ୍କ ଅଥଳ ନଦୀ ଜଳକୁ ଯାଇ ବୁଡି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ଦୀର୍ଘ ୧ ଘଣ୍ଟା ଧରି ପାଣି ଭିତରେ ଖୋଜି ମଧ୍ୟ ପାଇ ନଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ପରେ ମୃତ ଦେହ ଉଦ୍ଧାର ହୋଇଥିଲା । ପାଣି ଭିତରୁ ନିଖୋଜ ବାପି ଦାସକୁ ଉନ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣାଯିବା ପରେ ତାଙ୍କୁ ଡାକ୍ତର ତାଙ୍କୁ ମୃତ୍ ଘୋଷଣା କରିଥିଲେ ।

ପାଣିରେ ବୁଡି ମୃତ୍ୟୁ ଘଟଣା ନେଇ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଶବ ଜବତ କରି ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.