Latest Odisha News

BREAKING NEWS

ଦିଦି ଆଉ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁନାହାନ୍ତି !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ କୋଲକାତାଠାରେ ନିଜ ତୃଣମୂଳ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ପଦବୀରେ ଆଉ ରହିବାକୁ ଚାହୁଁନାହାନ୍ତି ।

ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ପ୍ରଥମଥର ପାଇଁ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରକାଶ କରିଛନ୍ତି ।

“ମୁଁ ମୋ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଅବଗତ କରି କହିଛି, ଆସନ୍ତା ୬ମାସ ଲାଗି ମୁଁ କାର୍ଯ୍ୟ କରିବା ଲାଗି ଅକ୍ଷମ । ବର୍ତ୍ତମାନ ମୁଁ ଏକ କ୍ଷମତାହୀନ ମୁଖ୍ୟମନ୍ତ୍ରୀ । ଏହାକୁ ମୁଁ ସହଜରେ ଗ୍ରହଣ କରିପାରୁନାହିଁ । ଜଣେ ମୁଖ୍ୟମନ୍ତ୍ରୀ ରୂପେ ମୁଁ ଆଉ ଦାୟିତ୍ୱ ତୁଲାଇପାରିବି ନାହିଁ । ବର୍ତ୍ତମାନ ଏହି ଆସନ ମୋ ଲାଗି କୌଣସି କାର୍ଯ୍ୟକୁ ନୁହେଁ । ବର୍ତ୍ତମାନ ଦଳର ଚିହ୍ନ ହିଁ ମୋ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ ।” ଉପରୋକ୍ତ ଉକ୍ତି ମମତା କହିଥିବା ନେଇ ଏନଡ଼ିଟିଭି ପ୍ରକାଶ କରିଛି ।

Leave A Reply

Your email address will not be published.