Latest Odisha News

BREAKING NEWS

ରାଜଧାନୀରେ ବାଇକ ଉପରେ ଚଢିଗଲା ଟ୍ରକ୍, ୨ମୃତ

ଭୁବନେଶ୍ୱର : ଭୁବନେଶ୍ୱରର ନୟାପଲ୍ଲୀ ଓଭରବ୍ରିଜରେ ଟ୍ରକ୍ ଧକ୍କାରେ ଶନିବାର ଦିନ ୨ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ନୟାପଲ୍ଲୀ ଓଭରବ୍ରିଜରେ ୩ ଜଣ ପିଲା ବାଇକରେ ଯାଉଥିବା ବେଳେ ଟ୍ରକଟି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଚଳିତ ବର୍ଷ ଉକ୍ତ ପିଲାମାନେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଅପରପକ୍ଷରେ ଗୁରୁତର ଅବସ୍ଥାରେ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ଜଣାପଡିଛି ।

ତେବେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଜଣଙ୍କ ଗାଡି ଛାଡି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ଟ୍ରକକୁ ସିଜ୍ କରିଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.