Latest Odisha News

BREAKING NEWS

‘ପଶ୍ଚିମବଙ୍ଗ ରାଜନୀତି’ ଉସକାଇଲା ବିଜେପି, ଡେଇଁଲେ ଦିଦି !

ଭୁବନେଶ୍ୱର: ଚର୍ଚ୍ଚାରେ ଏବେ ପଶ୍ଚିମବଙ୍ଗ ରାଜନୀତି। ପଶ୍ଚିମବଙ୍ଗରେ ବେଶ ପ୍ରଭାବୀ ଢଙ୍ଗରେ ଶାସନ କରୁଥିବା ତୃଣମୂଳ କଂଗ୍ରେସ ଦେଶର ବିଭିନ୍ନ ରାଜ୍ୟରେ ନିଜର କାୟା ବିସ୍ତାର ପାଇଁ ଉଦ୍ୟମ କରୁଛି।

BjdElectrycity

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦେଶର ଏକ ପ୍ରମୁଖ ବିରୋଧୀ ଭାବେ ନିଜକୁ ଆଗକୁ ଆଣିବାକୁ ଦଳ ପ୍ରସ୍ତୁତି ମଧ୍ୟ କରୁଥିଲା। କିନ୍ତୁ ଠିକ ଏମିତି ସମୟରେ ଜାତୀୟ ଦଳର ମାନ୍ୟତା ହଟିଯିବା ତୃଣମୂଳ କଂଗ୍ରେସକୁ ଏକ ଝଟକା ହୋଇଛି। ଯେଉଁଥିପାଇଁ ଦଳ ଆଇନର ଦ୍ୱାରସ୍ଥ ହେବ ବୋଲି କୁହାଯାଇଥିଲା।

ଠିକ ଏତିକିବେଳେ ଏ ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି। ଟିଏମସି ଜାତୀୟ ଦଳର ମାନ୍ୟତା ହରାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ କରିଥିବା ଅଭିଯୋଗ ହୋଇଥିଲା। ବିଜେପି ଏଭଳି ଅଭିଯୋଗ କରିଥିବା ବେଳେ ଏହା ଯଦି ପ୍ରମାଣିତ ହୋଇଯିବ ତା’ହେଲେ ମମତା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବେ ବୋଲି କହିଛନ୍ତି।

ଟିଏମସିର ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର ପରେ ମମତା ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅମିତ ଶାହାଙ୍କୁ ଫୋନ କରିଥିବା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଥିଲେ। ଟିଏମସିକୁ ପୁଣିଥରେ ଜାତୀୟ ଦଳ ମାନ୍ୟତା ଦେବାକୁ ମମତା ଅମିତ ଶାହାଙ୍କୁ ଅନୁରୋଧ କରିଥିବା କୁହାଯାଇଥିଲା।

ଯାହାକୁ ନେଇ ମମତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ପଶ୍ଚିମବଙ୍ଗରୁ ପ୍ରଚାର ଆରମ୍ଭ କରିଛି। ଗୃହ ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗରେ ଲୋକଙ୍କୁ ବିଜେପିକୁ ଅଧିକ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଆହ୍ୱାନ ଦେଇଛନ୍ତି।

ଏପରିକି ଅଧିକ ସାଂସଦ ଜିତାଇଲେ ଲୋକେ ସୁରୁଖୁରୁରେ ରାମନବମୀ ରାଲି ଓ ଅନ୍ୟ କାର୍ଯ୍ୟକ୍ରମ କରିପାରିବେ। ସେମାନଙ୍କୁ ଆଉ କେହି ଆକ୍ରମଣ କରିବାର ସାହସ କରିବେ ନାହିଁ ବୋଲି କିଛି ଦିନ ତଳେ ପଶ୍ଚିମବଙ୍ଗ ସଭାରେ କହିଥିଲେ ଅମିତ।

ଏପରିକି ମମତାଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ଶାହା। ଠିକ ଏହା ପରେ ପରେ ଏହି ବିବାଦ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ପଶ୍ଚିମବଙ୍ଗ ନିର୍ବାଚନ ବେଳେ ବିଜେପି ସହ କଡା ଟକ୍କର ଦେଇ ଟିଏମସି ଜିତିଥିଲା। କିନ୍ତୁ ଆଗାମୀ ଦିନରେ ଦଳର ଅଧିକ ସାଂସଦ କିଭଳି ପଶ୍ଚିମବଙ୍ଗରେ ଜିତିବେ ସେ ନେଇ ବିଜେପି ବଡ଼ ଯୋଜନା କରୁଛି।

ଏପଟେ ମୋଦୀଙ୍କ କଟର ବିରୋଧୀ ଭାବେ ଜଣାଶୁଣା ମମତାଙ୍କୁ ମାତ ଦେବାକୁ ବିଜେପି ରଣକୌଶଳ ପ୍ରସ୍ତୁତ କରୁଥିବା କୁହାଯାଉଛି। ତେଣୁ ଏଭଳି ସମୟରେ ଏ ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ରୋଚକ ହୋଇଛି।

Leave A Reply

Your email address will not be published.