Latest Odisha News

BREAKING NEWS

୨୦୨୭ ସୁଦ୍ଧା ବ୍ୟାନ ହୋଇପାର ଡିଜେଲ ଗାଡ଼ି

ନୂଆଦିଲ୍ଲୀ: ରାସ୍ତାରେ ଆଉ ଗଡି ପାରିବନି ଡିଜେଲ ଗାଡି । ୨୦୨୭ ସୁଦ୍ଧା ବନ୍ଦ ହୋଇପାରେ ଡିଜେଲ ଗାଡି ଚଳାଚଳ । ଡିଜେଲ ଗାଡି ଚଳାଚଳ ଉପରେ କଟକଣା   ଲଗାଇ ପାରନ୍ତି ସରକାର । ଏଣିକି ଡିଜେଲ ଗାଡି ବଦଳରେ ଇଲେକ୍ଟ୍ରି ଏବଂ ଗ୍ୟାସ ଚାଳିତ ଗାଡି ଚଳାଚଳ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଏ ନେଇ ଏକ ପ୍ରସ୍ତାବ ପେଟ୍ରୋଲିୟମ ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ ପାନେଲ ସରକାରଙ୍କୁ ଦେଇଛି । ଏହି ପାନେଲ ସହରର ଜନସଂଖ୍ୟା ଅନୁସାରେ ଡିଜେଲ ଗାଡି ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା ରଖିଛନ୍ତି। ଏହି ପ୍ଲାନିଂ ଅନୁସାରେ, ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଇଲେକ୍ଟିକ ଏବଂ ଗ୍ୟାସ ଚାଳିତ ବାହନ ଚଳାଚଳ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଯଦ୍ୱାରା ପ୍ରଦୂଷଣ ସ୍ତରକୁ ରୋକାଯାଇ ପାରିବ ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ୱେବସାଇଟରେ ପୋଷ୍ଟ କରାଯାଇଥିବା ଏକ ରିପୋର୍ଟରେ   କିଭଳି ଗ୍ରୀନହାଉସ୍ ଗ୍ୟାସକୁ ବ୍ୟବହାର କରାଯାଇ ପାରିବ ତା ଉପରେ ବିବରଣୀ ପ୍ରଦାନ କରାଯାଇଛି । ଏହି ରିପୋର୍ଟ ଅନୁସାରେ, ୨୦୭୦ ସୁଦ୍ଧା ଶୂନ୍ୟ ଲକ୍ଷ୍ୟ ହାସଲ ପାଇଁ ଲକ୍ଷ୍ୟ ରଖାଯାଇଛି । ଅର୍ଥାତ ଏହି ସମୟ ସୁଦ୍ଧା ଡିଜେଲ ଗାଡି ସମ୍ପୂର୍ଣ୍ଣ ବନ୍ଦ କରାଯିବ । ୨୦୨୪ ସୁଦ୍ଧା ସିଟି ଟ୍ରାନ୍ସପୋର୍ଟେସନରେ କୌଣସି ଡିଜେଲ ବସ ଚଳାଚଳ କରିବ ନାହିଁ । ୨୦୩୦ ସୁଦ୍ଧା କୌଣସି ସିଟିବସ ଡିଜେଲ ଚାଳିତ ରହିବ ନାହିଁ । ସେହିପରି ପାସେଞ୍ଜର କାର ୫୦ ପ୍ରତିଶତ ପେଟ୍ରୋଲ ଏବଂ ୫୦ ପ୍ରତିଶତ ଇଲେକ୍ଟ୍ରିକ ରହିବ ।

୧୦ ଲକ୍ଷରୁ ଅଧିକ ଲୋକସଂଖ୍ୟା ଥିବା ସହରରେ ପ୍ରଦୂଷଣ ଅଧିକ ହେଉଥିବାରୁ ଏଠାରେ ଡିଜେଲ ଗାଡି ସମ୍ପୂର୍ଣ୍ଣ ବନ୍ଦ କରାଯିବା ଉଚିତ ବୋଲି କୁହାଯାଇଛି ।

Leave A Reply

Your email address will not be published.