Latest Odisha News

BREAKING NEWS

ପୁରୁଣା ଓ ନୂଆ ଟିକସ ବ୍ୟବସ୍ଥା ମଧ୍ୟରେ ଫରକ କଣ ?

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ମୋଦି ସରକାର ନୂଆ ଟିକସ ବ୍ୟବସ୍ଥା ଘୋଷଣା କରିଛନ୍ତି । ମଧ୍ୟବିତ୍ତ ଟିକସ ମୁକ୍ତ ଲାଗି କରୁଥିବା ବେଳେ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ମଧ୍ୟବିତ୍ତଙ୍କ ଉପରେ ପଡ଼ୁଥିବା ବୋଝକୁ ମୁଁ ବୁଝୁଛି । କିନ୍ତୁ ଅର୍ଥମନ୍ତ୍ରୀ ନିର୍ମଳା ଆଜି ଘୋଷଣା କରିଥିବା ନୂଆ ଟିକସ ବ୍ୟବସ୍ଥାକୁ ନେଇ ପୁରୁଣା କରଦାତା ଚିନ୍ତାରେ ପଡ଼ିଛନ୍ତି । ନୂଆ ଟିକସ ବ୍ୟବସ୍ଥା ଘୋଷଣା ପରେ କରଦାତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି । ତେବେ ପୁରୁଣା କରଦାତାଙ୍କୁ ନୂଆ ଟିକସ ବ୍ୟବସ୍ଥାରୁ କଣ ମିଳିବ ? ପୁରୁଣା ଓ ନୂଆ ଟିକସ ବ୍ୟବସ୍ଥା ମଧ୍ୟରେ ଫରକ କଣ ? କଣ ମିଳିବ ଫାଇଦା ? ଆସନ୍ତୁ ଜାଣିବା…

ନୂଆ ଟିକସ ବ୍ୟବସ୍ଥା

ସବୁଠୁ ବଡ଼ ପ୍ରଶ୍ନ ହେଉଛି ନୂଆ ଟିକସ ବ୍ୟବସ୍ଥାକୁ ବାଛିବେ ନା ସେଥିକୁ ପରିବର୍ତ୍ତିତ ହେବେ । ଟିକସ ବିଶେଷଜ୍ଞଙ୍କ ଅନୁସାରେ, ନୂଆ ଟିକସ ବ୍ୟବସ୍ଥାରେ ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଟିକସ ସ୍ଲାବ କମିଥିବା ବେଳେ ଦର ଖସାଇଛନ୍ତି । ନୂଆ ବ୍ୟବସ୍ଥା ଅନୁସାରେ, ବାର୍ଷିକ ୭ ଲକ୍ଷ ଟଙ୍କା ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ । ୭ ଲକ୍ଷରୁ ଅଧିକ ଆୟରେ କର ଦେବାକୁ ପଡ଼ିବ ।

୦ରୁ ୩ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ୩ରୁ ୬ ଲକ୍ଷ ଆୟ ଉପରେ ୫ ପ୍ରତିଶତ ଆୟକର, ୬ରୁ ୯ ଲକ୍ଷ ଉପରେ ୧୦ ପ୍ରତିଶତ ଆୟକର, ୯ରୁ ୧୨ ଲକ୍ଷ ମଧ୍ୟରେ ଆୟରେ ୧୫ ପ୍ରତିଶତ ଏବଂ ୧୨ରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ । ଏଭଳି ଭାବେ ଦେଖିବାକୁ ଗଲେ ପୁରୁଣା ଟିକସ ବ୍ୟବସ୍ଥା ଅନୁସାରେ, ନୂଆ ଘୋଷଣାରେ କରଦାତାଙ୍କ ପାଇଁ କିଛି ନାହିଁ ।

Leave A Reply

Your email address will not be published.