Latest Odisha News

BREAKING NEWS

ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନକୁ କେନ୍ଦ୍ର କରି ଦିଗପହଣ୍ଡିରେ ଉତ୍ତେଜନା; ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ  ଉପ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । ଉପ ନିର୍ବାଚନ ବାତିଲ ସୁଚନା ପାଇବା ପରେ ଉତେଜନା ସୃଷ୍ଟି ହୋଇଛି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଦୁଇ ଗୋଷ୍ଠୀ ।  ଦାଣ୍ଡରେ ପଡିଛି ବିଜେଡି ଗୋଷ୍ଠୀ କନ୍ଦଳ ।   ପୁର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ସମର୍ଥକମାନେ ବ୍ୟାରିକେଟ୍ ଭାଙ୍ଗି କାର୍ଯ୍ଯାଳୟକୁ ଧସେଇ ପସିବାକୁ ଉଦ୍ଯମ କରିବା ସହ ରାସ୍ତା ଅବରୋଧ କରିଛନ୍ତି।

ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦବୀ ନିର୍ବାଚନ ହେବାର କାର୍ଯ୍ୟକ୍ରମ ଥିଲା । ମୋଟ ୨୫ଟି ପଞ୍ଚାୟତର ୨୫ ଜଣ ସମିତି ସଭ୍ୟ ଅଧ୍ୟକ୍ଷ ଚୟନ ପାଇଁ ମତଦାନ କରିଥାନ୍ତେ । ହେଲେ ଶେଷ ସମୟରେ ଏହିନିର୍ବାଚନକୁ ବନ୍ଦ ରଖାଯାଇଛି ।

ଅଧ୍ୟକ୍ଷ ଉପନିର୍ବାଚନ ବାତିଲ ହେବା ଜାଣିବା ପରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ସମର୍ଥକମାନେ  ଧାରଣାରେ ବସିଥିଲେ  । ଶତାଧିକ ବିଜେଡି କର୍ମୀ ପ୍ରତିବାଦ କରି   ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ବିପିନଙ୍କ ଗୋଷ୍ଠୀ ଅଭିଯୋଗ କରିଥିଲେ ଯେ,  ବିଧାୟକ ସୂର୍ଯ୍ୟ ପ୍ରାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀ ହାରିବା ଭୟରେ ନିର୍ବାଚନ ବନ୍ଦ କରି ଦେଇଛନ୍ତି ।

ଏଠି କହିରଖିବୁ, ସୂର୍ଯ୍ୟ ପାତ୍ରଙ୍କ ଅସୁସ୍ଥତା ପରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ଏଠାରେ ଦଳ ଦୁଇ ଭାଗ ହୋଇଯାଇଥିବା କୁହାଯାଉଛି । ଏଠାରେ ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ଦୁଇଟି ଗୋଷ୍ଠୀ ଗଢିଥିବା  କୁହାଯାଉଛି ।

Leave A Reply

Your email address will not be published.