Latest Odisha News

BREAKING NEWS

ଅମିତ ଶାହାଙ୍କ ଉପରେ ଦିଗ୍‌ବିଜୟ ସିଂଙ୍କ ଆକ୍ରମଣ: କହିଲେ, ଛିନ୍ଦୱାଡା ଆସନ ଜିତିବା ପାଇଁ ବିଜେପି ଭୁଲ ପଦ୍ଧତି ଅବଲମ୍ବନ କରୁଛି

ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ଦିଗ୍‌ବିଜୟ ସିଂ ଛିନ୍ଦୱାଡ଼ାଠାରେ ଏକ ନିର୍ବାଚନ କାର୍ଯ୍ୟକ୍ରମ ସମୟରେ ବିଜେପିକୁ କଡ଼ା ଆକ୍ରମଣ କରିଛନ୍ତି। ଦିଗ୍‌ବିଜୟ ସିଂ ବିଜେପିକୁ ତାଙ୍କ ଦଳର ଗଡ଼ ଛିନ୍ଦୱାଡ଼ାରେ ବିଜୟ ହାସଲ କରିବା ପାଇଁ ଅନ୍ୟାୟ ଭାବେ କୌଶଳ ଆପଣାଇଥିବା ଅଭିଯୋଗ କରିଛନ୍ତି। ଦିଗ୍‌ବିଜୟ ସିଂହ ମଙ୍ଗଳାବର କଂଗ୍ରେସ ପ୍ରାର୍ଥୀ ଭାବେ ରାଜଗଡ଼ ଲୋକସଭା ଆସନରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ରାଜଗଡ କଲେକ୍ଟରେଟରେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ସେ ସେଠାରେ ଥିବା ଜଲପା ମାତା ମନ୍ଦିରରେ ପ୍ରାର୍ଥନା କରିଥିଲେ। ସେ ଦାବି କରିଛନ୍ତି, ‘କମଲ ନାଥଙ୍କ ନେତୃତ୍ୱରେ ଛନ୍ଦଡୱାଡ଼ା କଂଗ୍ରେସର ଏକ ଗଡ଼ ହୋଇଆସୁଛି, ତେଣୁ ଏହାକୁ ଭାଙ୍ଗିବା ପାଇଁ ବିଜେପି ଏବଂ ଅମିତ ଶାହା ଅନ୍ୟାୟ କୌଶଳ ଅବଲମ୍ବନ କରୁଛନ୍ତି।

ସେ କହିଛନ୍ତି, ଆମେ ଏହାକୁ ଦୃଢ ନିନ୍ଦା କରୁଛୁ। ଜଣେ ଅଧିକାରୀ କହିଛନ୍ତି ଯେ ମଦ ଓ ନଗଦ ଟଙ୍କା ଜମା କରିବା ଅଭିଯୋଗ ପରେ ରବିବାର ଦିନ ପୋଲିସ ଏବଂ ଅବକାରୀ ବିଭାଗର ଏକ ଟିମ୍ ଛିନ୍ଦୱାଡ଼ା ଜିଲ୍ଲାର ପାଣ୍ତୁର୍ଣ୍ଣାରୁ ବିଧାୟକ ନୀଲେଶ ଉଇକେଙ୍କ ଘରେ ତଲାସି କରିଥିଲେ ମଧ୍ୟ କୌଣସି ସଫଳ ମିଳିନଥିଲା। ଶାସକ ଦଳ ବିଜେପିର କ୍ଷମତାର ଅପବ୍ୟବହାର କରୁଛି, ଯାହାକୁ କଂଗ୍ରେସ ଦୃଢ଼ ନିନ୍ଦା କରିଛି।

 

Leave A Reply

Your email address will not be published.