Latest Odisha News

BREAKING NEWS

ଗୀତ ଗାଉ ଗାଉ ମଞ୍ଚ ଉପରେ ପଡିଗଲେ ଗାୟକ ଦିଲଜିତ

ମୁମ୍ବାଇ; ଦିଲ-ଲୁମିନିଟି ଇଣ୍ଡିଆ ଟୁର୍ ପାଇଁ ଭାରତ ଗସ୍ତରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଗାୟକ ଦିଲଜିତ ଦୋସାଞ୍ଜ l ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ ଏବଂ ହାଇଦ୍ରାବାଦରେ କନସର୍ଟ ପରେ ଏବେ ଅହମ୍ମଦାବାଦରେ ପହଞ୍ଚିଛନ୍ତି ଗାୟକ ଦିଲଜିତ l ସେଠାରେ ଚାଲିଥିବା କନସର୍ଟର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି l ଭିଡିଓରେ ଗାୟକ ଦିଲଜିତ ଦୋସାଞ୍ଜ ମଂଚ ଉପରେ ଗୀତ ପରିବେଷଣ କରୁଥିବା ସମୟରେ ପଡିଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି l ତେବେ ଦିଲଜିତ ଦୋସାଞ୍ଜଙ୍କ ପଡ଼ିବା ତାଙ୍କ ପାଇଁ ଲକି ବୋଲି କହିଛନ୍ତି ତାଙ୍କର କିଛି ପ୍ରଶଂସକ l ପ୍ରଶଂସକଙ୍କ କହିବା ଅନୁସାରେ ଗତଥର ଯେତେବେଳେ ସେ ମଞ୍ଚ ଉପରେ ପଡ଼ିଯାଇଥିଲେ ସେବେଠାରୁ ତାଙ୍କ ଜୀବନର ଭଲ ସମୟ ଆସିଛି l

ଗତ ନଭେମ୍ବର 17ରେ, ଅହମ୍ମଦାବାଦ କନସର୍ଟରେ ଯେତେବେଳେ ଦିଲଜିତ ‘ପଟିଆଲା ପେଗ’ ଗୀତ ପ୍ରଦର୍ଶନ କରୁଥିଲେ ସେତେବେଳେ ସେ ମଂଚ ଉପରେ ପଡିଯାଇଥିଲେ l ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି l ଭିଡିଓରେ ଦେଖିବାକୁ ମିଳିଛି ଯେ ଗୀତ ପରିବେଷଣ କରୁଥିବା ସମୟରେ ଦିଲଜିତ୍ ମଞ୍ଚ ଉପରେ ବୁଲୁଥିଲେ l ସେହି ସମୟରେ ହଠାତ ତାଙ୍କ ପାଦ ଖସିଯିବାରୁ ସେ ତଳେ ପଡିଯାଇଥିଲା। ପଡିବ ପରେ ମଧ୍ୟ ସେ ତାଙ୍କର ଗୀତ ବନ୍ଦ କରିନଥିଲେ l ପ୍ରଶଂସକଙ୍କ ହାତ ଦେଖାଇ ସେ ପୁଣି ଉଠି ଗୀତ ପରିବେଷଣ କରିଥିଲେ l ଏହାପରେ ବ୍ୟାକଅପ୍ ଗାୟକମାନଙ୍କୁ ଏକ ସେକେଣ୍ଡ ଅପେକ୍ଷା କରିବାକୁ କହି ସେ ଆୟୋଜକମାନଙ୍କୁ କହିଥିଲେ ଯେ, “କନସର୍ଟ ପାଇଁ ଆପଣ ମଞ୍ଚରେ ଯେଉଁ ନିଆଁ ଲଗାଉଛନ୍ତି ସେମେତି କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ମଞ୍ଚ ଉପରେ ତେଲ ଢାଳୁଛି।” ଏହା ପରେ ସେ ଜନତାଙ୍କୁ ଏକ ଆଙ୍ଗୁଠି ଉଠାଇ ଅଙ୍ଗଭଙ୍ଗୀ କରି କହିଥିଲେ, ମୁଁ ଭଲ ଅଛି ଏବଂ ତା’ପରେ ସେ ବ୍ୟାକ ଟୁ ବ୍ୟାକ ଗୀତ ଗାଇବା ଆରମ୍ଭ କରିଥିଲେ l

ତେବେ କହିରଖୁଛୁ ଯେ ଗତ 2013 ରେ ଏକ କନସର୍ଟରେ ଯେତେବେଳେ ଦିଲଜିତ ୟୋ ୟୋ ହନି ସିଂଙ୍କ ସହ ଗୀତ ପରିବେଷଣ କରୁଥିଲେ ସେତେବେଳେ ଦିଲଜିତ ମଂଚ ଉପରେ ପଡିଯାଇଥିଲେ l ଏହାପରଠାରୁ ଦିଲଜିତ ସଫଳତାର ପାହାଚ ଚଢି ଚାଲିଛନ୍ତି l ସେଥିପାଇଁ ମଞ୍ଚରେ ପଡିବ ଦିଲଜିତଙ୍କ ପାଇଁ ଲକି ବୋଲି କହୁଛନ୍ତି ଦିଲଜିତଙ୍କ ପ୍ରଶଂସକମାନେ l

Comments are closed.