ଡିମ୍ପଲ କାପାଡିଆ ଅଭିନୀତ ହଲିଉଡ ଫିଲ୍ମ ଟେନେଟ ଡିସେମ୍ବର ୪ରେ ପରଦାକୁ ଆସିବ

ମୁମ୍ବାଇ:ହଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନଙ୍କ ଜାସୁସି ଥ୍ରୀଲର ଟେନେଟ ଖୁବ୍ ଶୀଘ୍ର ପରଦାକୁ ଆସିବ । ଏଥିରେ ଅଭିନୟ କରୁଥିବା ଜଣାଶୁଣା ଅଭିନେତ୍ରୀ ଡିମ୍ପଲ କାପାଡିଆ ଚଳିତ ବର୍ଷ ଡିସେମ୍ବର ୪ରେ ଭାରତରେ ଏହି ବହୁ ପ୍ରତୀକ୍ଷୀତ ଫିଲ୍ମ ରିଲିଜ ହେବ ବୋଲି କହିଛନ୍ତି । ଫିଲ୍ମକୁ କେବଳ ଆପଣମାନେ ବଡ ପରଦାରେ ଦେଖନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଆମେରିକା ଓ ଇଂଲଣ୍ଡରେ ଏହି ଫିଲ୍ମ ରିଲିଜ ହୋଇସାରିଛି । ପ୍ରଶଂସକମାନେ ଫିଲ୍ମକୁ ବେଶ୍ ପସନ୍ଦ କରିଛନ୍ତି ।

ଡିମ୍ପଲଙ୍କ ବ୍ୟତୀତ ଏହି ଫିଲ୍ମରେ ହଲିଉଡ ଅଭିନେତା କେନେଥ ବ୍ରାନାଘ, ଏରନ ଟେଲର ଜନଶନ, ମାଇକେଲ କେନ, ହିମେଶ ପଟେଲ ଅଭିନୟ କରିଛନ୍ତି । ପୂର୍ବରୁ ଏହି ଫିଲ୍ମ ଭାରତରେ ୧୭ ଜୁଲାଇରେ ରିଲିଜ ହେବାର ଥିଲା । କରୋନା ଯୋଗୁ ଫିଲ୍ମ ହଲ ବନ୍ଦ ରହିଥିଲା ଫଳରେ ଏହାର ରିଲିଜ ତାରିଖ ଘୁଂଚିଥିଲା ।