ମୁମ୍ଵାଇ: ଦିନ କୁ ଦିନ ଦେଶ ତଥା ରାଜ୍ୟରେ ସାଇବର ଠକେଇ ବଢିବାରେ ଲାଗିଛି । ବଡ ବଡ ଲୋକ ଏହି ସାଇବର ଠକେଇରୁ ବର୍ତ୍ତି ପାରୁନାହାନ୍ତି । ଭିନ୍ନ ଭିନ୍ନ ତରିକା ଆପଣାଇ ଲୋକଙ୍କୁ ଖୁବ ସହଜରେ ବୋକା ବନେଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ସାଇବର ଲୁଟେରା । ସେହିପରି ଟିଭି ପରଦାର ଜଣେ ଜଣାଶୁଣା ଅଭିନେତ୍ରୀ ଦୀପିକା କକ୍କର । ବର୍ତ୍ତମାନ ଲାଇମଲାଇଟ୍ ଠାରୁ ନିଜକୁ ଦୁରେଇ ରଖି ପରିବାରର ଧ୍ୟାନ ରଖିବା ସହ ୟୁଟ୍ୟୁବ ବ୍ଲଗ୍ ମାଧ୍ୟମରେ ନିଜର ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି ଦୀପିକା ।
ତେବେ ଦୀପିକା ମଧ୍ୟ ସାଇବର ଠକେଇର ଶିକାର ହୋଇଛନ୍ତି । ଏକଥା ସେ ନିଜେ ନିଜର ବ୍ଲଗ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଜଣେଇବା ସହ ଏହି ପରି ଠକାମିରୁ କିପରି ଦୁରେଇ ରହିବେ ସେଥିପାଇଁ ମଧ୍ୟ ତାଙ୍କ ପ୍ରଶଂସକମାନଙ୍କୁ ଟିପ୍ସ ଦେଇଛନ୍ତି । ବିନା ଅର୍ଡରରେ ଦୀପିକାଙ୍କୁ ବାରମ୍ବାର ପାର୍ସଲ ଆସୁଥିଲା । କିନ୍ତୁ ଥରେ ଦୀପିକା ପାର୍ସଲ ରିସିଭ କରିବା ପରେ ତାଙ୍କ ମନକୁ ସନ୍ଦେହ ଆସିଥିଲା । ଏହାପରେ ଲଗାତର ତାଙ୍କ ପାଖକୁ ୫ଟି ପାର୍ସଲ ଆସିଥିଲା । ଯାହାକି ଦୀପିକା ଅର୍ଡର ମଧ୍ୟ କରିନଥିଲେ । ଏନେଇ ସେ ଅନୁସନ୍ଧାନ କରିଥିଲେ । ପରେ ଜଣାପଡିଥିଲା ଯେ ଏହା କ୍ୟାସ ଅନ ଡେଲିଭରୀ ସ୍କାମ୍ । ଏହାପରେ ସେ ଏହା ବିରୋଧରେ ତୁରନ୍ତ ପଦକ୍ଷେପ ନେଇଥିଲେ ଓ ଏପରି ସ୍କାମ୍ ରୁ ନିଜକୁ ରକ୍ଷା କରିଥିଲେ । ଏହାକୁ ସେ ତାଙ୍କ ୟୁଟ୍ୟୁବ ବ୍ଲଗରେ ନିଜ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଏହା ସହ ନିଜ ପ୍ରଶଂସକଙ୍କୁ ଏଭଳି ସ୍କାମରୁ ନିଜକୁ ରକ୍ଷା କରିବାର ଟିପ୍ସ ମଧ୍ୟ ଦେଇଛନ୍ତି ।
ଆଜିକାଲି ଚାରିଆଡେ ସାଇବର ଲୁଟେରାଙ୍କ ପାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି । ଭିନ୍ନ ଭିନ୍ନ ଆଳରେ ସାଇବର ଲୁଟେରା ଲୁଟ କରିବାରେ ସକ୍ଷମ ମଧ୍ୟ ହୋଇଯାଉଛନ୍ତି । ଏହାକୁ ରୋକିବାକୁ ପୋଲିସର ବିଭିନ୍ନ ପଦକ୍ଷେପ ସତେ ଯେପରି ସମୁଦ୍ରକୁ ଶଙ୍ଖେ ପରି ମନେହେଉଛି । ସେଥିପାଇଁ ଚାରିଆଡେ ସଚେତନ କରାଯାଉଥିଲେ ମଧ୍ୟ ସାଇବର ଲୁଟେରା ବିଭିନ୍ନ ରାସ୍ତା ବାହାର କରି ଅପରାଧ ବଢାଇବାରେ ଲାଗିଛନ୍ତି ।
Comments are closed.