Latest Odisha News

ଜାତିସଂଘ ମାନବାଧିକାର ପରିଷଦ ବୈଠକ: ରୁଷ ମନ୍ତ୍ରୀଙ୍କ ଭାଷଣକୁ ବୟକଟ କଲେ ଅଧିକାଂଶ ଦେଶ

ଜେନେଭା: ୟୁକ୍ରେନ ଉପରେ ରୁଷର ଆକ୍ରମଣଙ୍କୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ମଙ୍ଗଳବାର ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ରୁଷର ବୈଦେଶିକ ମନ୍ତ୍ରୀ ସେରେଜ ରାୱରେୱେ ଭାଷଣ ଆରମ୍ଭ କରିବା ମାତ୍ରେ ଅଧିକାଂଶ ଦେଶର ପ୍ରତିନିଧିମାନେ ସେ ସ୍ଥାନ ଛାଡି ଚାଲି ଯାଇଥିଲେ ।

କେବଳ ୟେମେନ, ସିରିଆ, ଭେନଜୁଏଲା ଏବଂ ଟ୍ୟୁନିସିଆର ରାଷ୍ଟଦୂତ ବସି ରହିଥିଲେ । ୟୁକ୍ରେନର ରାଷ୍ଟ୍ରଦୂତ ଅନ୍ୟ ଦେଶର ସହଯୋଗ ନେଇ ଧନ୍ୟବାଦ ଜଣାଇଛନ୍ତି । ରୁଷ ଉପରେ ବିଭିନ୍ନ ମହଲରୁ ଚାପ ପଡିବା ଆରମ୍ଭ ହୋଇଛି ।

Comments are closed, but trackbacks and pingbacks are open.