Latest Odisha News

BREAKING NEWS

୯୦ ପ୍ରତିଶତ ଆସନରେ ବିଜେଡିର ବାଜିମାତ୍

ଭୁବନେଶ୍ବର : ଘୋଷଣା ହୋଇ ସାରିଛି ପଞ୍ଚାୟତ ନିର୍ବାଚନର ଫଳାଫଳ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ଜୋନ୍‌ର ସଂପୂର୍ଣ୍ଣ ଫଳାଫଳ ଆସିସାରିଛି । ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୭୬୬ଟି ଆସନରେ ବିଜୟୀ ହୋଇଛି ବିଜେଡି । ଅର୍ଥାତ ୯୦ ପ୍ରତିଶତରୁ ଅଧିକ ଆସନ ଅକ୍ତିଆର କରିଛି ବିଜେଡି । ସେହିପରି ବିଜେପିକୁ ୪୨ଟି ଆସନ ମିଳିଥିବା ବେଳେ, କଂଗ୍ରେସ ହାତେଇଛି ୩୭ଟି ଆସନ। ସ୍ବାଧୀନ ପ୍ରାର୍ଥୀ ୩ଟି ଆସନ ପାଇଥିବା ବେଳେ, ଅନ୍ୟାନ୍ୟ ଦଳକୁ ମିଳିଛି ୪ଟି ଆସନ ।

ପଞ୍ଚଳାତ ନିର୍ବାଚନରେ ବିଜେଡିକୁ ୫୨.୭୩ ପ୍ରତିଶତ ଭୋଟ ମିଳିଥିବା ବେଳେ, ବିଜେ ସପକ୍ଷରେ ପଡିଛି ୩୦.୦୭ ପ୍ରତିଶତ ଭୋଟ । ସେହିପରି କଂଗ୍ରେସ ସପକ୍ଷରେ ୧୩.୫୭ ପ୍ରତିଶତ ଭୋଟ ପଡିଥିବା ବେଳେ, ସ୍ବାଧୀନ ଓ ଅନ୍ୟା ଦଳ ସପକ୍ଷରେ ପଡିଛି ୩.୧୬ ପ୍ରତିଶତ ଭୋଟ ।

୩୦ ଜିଲ୍ଲାର ୩୧୪ଟି ବ୍ଲକ୍‌ର ୮୫୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ମୋଟ ୨ କୋଟି ୧୦ ଲକ୍ଷ ୨୮ ହଜାର ୪୦୩ ବୈଧ ଭୋଟ୍ ପଡ଼ିଥିଲା । ସେଥିରୁ ବିଜେଡି ୧ କୋଟି ୧୦ ଲକ୍ଷ ୮୯ ହଜାର ୭୧୨ ଖଣ୍ଡ ପାଇଥିଲା । ବିଜେପି ୬୩ ଲକ୍ଷ ୨୩ ହଜାର ୭୪୬ଟି ଭୋଟ୍ ପାଇଥିବା ବେଳେ କଂଗ୍ରେସକୁ ମିଳିଥିଲା ୨୮ ଲକ୍ଷ ୫୪ ହଜାର ୩୯୮ ଖଣ୍ଡ ଭୋଟ୍‌ । ସେହିପରି ସ୍ବାଧୀନ ପ୍ରାର୍ଥୀଙ୍କୁ ୨ ଲକ୍ଷ ୮୧ ହଜାର ୨୧୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ, ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଥିଲେ ୪ ଲକ୍ଷ ୭୯ ହଜାର ୩୩୪ ଖଣ୍ଡ ଭୋଟ୍‌ ।

Comments are closed, but trackbacks and pingbacks are open.