Latest Odisha News

BREAKING NEWS

ଏହି ତାରିଖରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଦୁବାଇ ପରେ ଖୁବଶୀଘ୍ର ଇଣ୍ଡିଗୋ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଯୋଗାଇବ । ଜୁନ୍ ୫ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍ଗକକୁ ବିମାନ ଉଡ଼ାଣ କରିବ ।

ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ସପ୍ତାହକୁ ଦୁଇ ଥର ଏହି ୨ଟି ସ୍ଥାନକୁ ଅନ୍ତର୍ଜାତୀୟ ଉଡ଼ାଣ କରିବ । ମେ ୧୫ରୁ ଇଣ୍ଡିଗୋ ଏୟାରବସ୍ ୩୨୦ ସପ୍ତାହକୁ ତିନି ଥର ଭୁବନେଶ୍ୱରରୁ ଦୁବାଇକୁ ଉଡ଼ାଣ କରିବ । ଏହି ବିମାନରେ ଯାତ୍ରୀଙ୍କ ସଂଖ୍ୟା ଅଧିକ ରହିବା ଆଶା କରାଯାଉଛି ।

୨୦୨୨ ଡିସେମ୍ବର ୨୭ରେ ଓଡ଼ିଶା କ୍ୟାବିନେଟ୍ ଇଣ୍ଡିଗୋ ଏୟାରଲାଇନ୍ସର ବିଡକୁ ଅନୁମୋଦନ ଦେଇଥିଲା । ପ୍ରସ୍ତାବ ଅନୁସାରେ, ଇଣ୍ଡିଗୋ ୧୮୬ ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବାକୁ ଥିବା ବେଳେ ସରକାର ବିମାନ ପରିଚାଳନା ଖର୍ଚ୍ଚ ବହନ କରିବେ ଏବଂ ଟିକେଟ ଅର୍ଥ ସରକାର ରଖିବେ ।

ସୂଚନା ଯୋଗ୍ୟ, ଏହା ପୂର୍ବରୁ ୨୦୧୮ରେ ଏୟାର ଏସିଆ ବ୍ୟାଙ୍କକୁ ବିମାନ ସେବା ଆରମ୍ଭ କରିଥିବା ବେଳେ ବର୍ଷକ ପରେ ବନ୍ଦ ହୋଇ ଯାଇଥିଲା । ସେତେବେଳେ ୫୫ରୁ ୮୫ ପ୍ରତିଶତ ସିଟ୍ ବୁକ୍ ହେଉଥିବା ବେଳେ ବ୍ୟାଙ୍କକକୁ ବିମାନ ସପ୍ତାହକୁ ତିନିଥର ଉଡ଼ାଣ କରୁଥିଲା ।

Leave A Reply

Your email address will not be published.