Latest Odisha News

BREAKING NEWS

ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ

କଟକସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏହାର ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ସାରଦା ରିଅଲଇଷ୍ଟେଟ୍‌ କମ୍ପାନୀ ଲୋକଙ୍କୁ ଲୋଭ ଦେଖାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ୍‌ କରିଥିଲା। ଏ ନେଇ ଅଭିଯୋଗ ହେବା ପରେ ଥାନାରେ ମାମଲା ରୁଜୁ ହୋଇଥିଲା ପଶ୍ଚିମବଙ୍ଗରେ ଏହାର ସିବିଆଇ ତଦନ୍ତ ମଧ୍ୟ ଜାରି ରହିଛି।

ତେବେ ୨୦୧୭ରେ ବାଲେଶ୍ୱର ସ୍ୱତନ୍ତ୍ର ଅଧିକୃତ କୋର୍ଟ କମ୍ପାନୀର ୪ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କମ୍ପାନୀ ନାମରେ ଥିବା ୧୪ ଏକର ୬୪ ସିଡିସିଲ ଜମିକୁ ବାଜ୍ୟାପ୍ତି କରିବାକୁ କହିଥିଲେ।

ଓଡିଶା ସମେତ ଏହି କମ୍ପାନୀ ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କା ଠକିଛି। ଏହି ଚିଟ୍‌ଫଣ୍ଡ ସ୍କାମ୍‌ରେ ଟିଏମ୍‌ସି ନେତାଙ୍କା ସାମିଲ୍ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଟିଏମ୍‌ସି ସରକାର ତଦନ୍ତରେ ସହଯୋଗ କରୁ ନାହିଁ ବୋଲି ତଦନ୍ତ କରୁଥିବା ସିବିଆଇ ଅଭିଯୋଗ ମଧ୍ୟ କରିଆସୁଛି।

୨୦୨୧ ଏପ୍ରିଲ ମାସରେ ପଶ୍ଚିମବଙ୍ଗରେ ଶାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ତୃଣମୂଳ କଂଗ୍ରେସ ମୁଖପାତ୍ର କୁଣାଳ ଘୋଷ, ପାର୍ଟିର ସାଂସଦ ଶତାବ୍ଦୀ ରାୟ ଓ ଦେବଯାନୀ ମୁଖାର୍ଜୀଙ୍କର ୩ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ଇଡି। ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) ଆଧାରରେ ଚଳଓ ଅଚଳ ସମ୍ପତ୍ତି ଜବତ ଲାଗି ଅସ୍ଥାୟୀ ଆଦେଶ ଜାରି କରାଯାଇଥିଲା।

Comments are closed.