Latest Odisha News

BREAKING NEWS

ଗଙ୍ଗାରେ ବାପି ଲାହିରିଙ୍କ ଅସ୍ଥି ବିସର୍ଜନ କଲେ ପରିବାର ଲୋକ

ମୁମ୍ବାଇ : ବାପି ଲାହିରିଙ୍କ ଅନ୍ତିମ ସଂସ୍କାର ସରିଯାଇଛି । ସେ ଆମ ଗ୍ରହଣରେ ଆଉ ନାହାନ୍ତି । ଗୁରୁବାର ଗଙ୍ଗା ନଦୀର ଆଉଟରାମ ଘାଟରେ ତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପରିବାର ଲୋକ । ବାପି ଲହରିଙ୍କ ପୁରା ପରିବାର ବର୍ଗ ଦମଦମ ବିମାନ ବନ୍ଦରରେ ପହଁଞ୍ଚିଥିଲେ । ସେହି ସମୟରେ ପାଖରେ ବିମାନ ବନ୍ଦରରେ ଅଗ୍ନିଶମ ମନ୍ତ୍ରୀ ବସୁ ମଧ୍ୟ ଉପସ୍ଥିତ ଥିଲେ ।

BjdElectrycity

ତାଙ୍କ ସହାୟତାରେ ଅସ୍ଥି ବିମାନ ବନ୍ଦରରୁ ଆଉଟରାମ ଘାଟକୁ ନିଆଯାଇଥିଲା । ସେଠାରେ ବାପି ଲାହିରିଙ୍କ ଅସ୍ଥି ବିସର୍ଜନ କରାଯାଇଛି । ବାପି ଲାହିରିଙ୍କ ପିତା ସଙ୍ଗୀତଜ୍ଞ ଅପରେଶ ଲାହିରିଙ୍କ ଅସ୍ଥି ମଧ୍ୟ କୋଲକାତାରେ ବିସର୍ଜନ କରାଯାଇଛି । ଭେଟେରିଆନ୍ ସିଙ୍ଗର ବାପି ଲାହିରିଙ୍କ ଫେବୃଆରୀ ୧୬ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା ।

Comments are closed, but trackbacks and pingbacks are open.