Latest Odisha News

BREAKING NEWS

ବନ୍ଧାହେଲେ ରାହୁଲ, ଧରିବା ପାଇଁ ପୋଲିସ କ‘ଣ କରିଥିଲା ପ୍ଲାନିଂ ?

ମୁମ୍ବାଇ : ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁ ପାଇଁ ଦାୟୀ ରାହୁଲ । ଡାଏରୀରୁ ଖୁଲାସା ହୋଇଥିଲା ରାହୁଲଙ୍କ ନାଁ। ବୈଶାଳୀ ତାଙ୍କ ମୃତ୍ୟୁ ପୂର୍ବରୁ ଡାଏରୀ ରେ ପୋଲିସକୁ ଦେଇଥିଲେ କିଛି ଏଭଳି ତଥ୍ୟ । ଫ୍ୟାନ୍ସ  ମାନେ ବୈଶାଳୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ବୈଶାଳୀ ଏବଂ ରାହୁଲଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ବୈଶାଳୀ ମୃତ୍ୟୁ ଘଟଣାରେ ରାହୁଲଙ୍କୁ ଗିରଫ କରିଛି ଇନ୍ଦୋର ପୋଲିସ । ବୈଶାଳୀଙ୍କ ମୃତ୍ୟୁ ପରେ ରାହୁଲ ଏବଂ ତାଙ୍କ ସ୍ତ୍ରୀ ଉଭୟ ଫେରାର ହୋଇଯାଇଥିଲେ । ତେବେ ରାହୁଲଙ୍କୁ ଧରିବା ପାଇଁ ପୋଲିସ କିଭଳି କରିଥିଲା ପ୍ଲାନିଂ ଆସନ୍ତୁ ଜାଣିବା ।

ପୋଲିସ କହିବା ଅନୁଯାୟୀ ରାହୁଲ ଇନ୍ଦୋରର କୌଣସି ଗୋଟିଏ ଢାବାରେ ଲୁଚିରହିଥିଲା। ଯେତେବେଳେ ବୈଶାଳୀଙ୍କ ଡାଏରୀରୁ ରାହୁଲ ଦୋଷୀ ବୋଲି ଜଣାପଡ଼ିଥିଲା ସେତେବେଳେ ସେ ଇନ୍ଦୋରରୁ ଫେରାର ହୋଇଯାଇଥିଲା । ପୋଲିସ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ରାହୁଲକୁ ପାଇନଥିଲେ । ତେଣୁ ରାହୁଲକୁ ଧରିବା ପାଇଁ ପୋଲିସ ସ୍ବତନ୍ତ୍ର ପ୍ଲାନିଂ କରିଥିଲା । ଫେରାର ହୋଇ ବୁଲୁଥିବା ସ୍ବାମୀ ସ୍ତ୍ରୀଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିବା ସହିତ ବିଭିନ୍ନ ରାଜ୍ୟକୁ ଟିମ୍‌ ପଠାଇ ଖୋଜା ଖୋଜି ଆରମ୍ଭ କରିଦେଇଥିଲେ ।

ଏଥିସହ ଅଭିଯୁକ୍ତ ରାହୁଲ ନାଁରେ ୫ ହଜାର ଟଙ୍କାର ପୁରସ୍କାର ମଧ୍ୟ ରଖାଯାଇଥିଲା । ରାହୁଲ ମଧ୍ୟ ଚତୁରତାର ସହ ପ୍ରତିଦିନ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲା । ଗତକାଲି ରାହୁଲ ଇନ୍ଦୋର ଆଡ଼େ ଯାଉଥିବା ବେଳେ ଚେକିଂ ପଏଣ୍ଟରେ ରାହୁଲଙ୍କୁ ଗିରଫ କରି ଉଭୟଙ୍କ ବିରୋଧରେ ୩୦୬ ଧାରା ମାମଲା ରୁଜୁ କରିଥିଲା ପୋଲିସ।

Leave A Reply

Your email address will not be published.