Latest Odisha News

BREAKING NEWS

ଟାଇଗରଙ୍କଠାରୁ ଅଲଗା ହେବା ପରେ ଦିଶାଙ୍କୁ ମିଳିଗଲା ନୂଆ ବୟଫ୍ରେଣ୍ଡ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ଫିଲ୍ମ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଲାଇଫକୁୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ଡେଟ କରୁଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଥିଲା । କାରଣ ଉଭୟଙ୍କୁ ଅନେକ ଇଭେଣ୍ଟ ଓ ହୋଟେଲରେ ଏକାଠି ଦେଖିବାକୁ ମିଳେ । ପ୍ରଶଂସକମାନେ ସେମାନଙ୍କର ଅନସ୍କ୍ରିନ ଏବଂ ଅଫସ୍କ୍ରିନ କେମେଷ୍ଟ୍ରିକୁ ବହୁତ ପସନ୍ଦ କରୁଥିଲେ । ପରେ ସେମାନଙ୍କ ମଧ୍ୟରେ ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । କୁହାଗଲା ଯେ ଦିଶା ଏବଂ ଟାଇଗର ଅଲଗା ହୋଇଯାଇଛନ୍ତି । ଏହାପରଠାରୁ ଉଭୟଙ୍କୁ ଆଉ ଏକାଠି ଦେଖିବାକୁ ମିଳିଲା ନାହିଁ । ତେଣୁ ଲୋକେ ସେମାନେ ଅଲଗା ହୋଇଯାଇଥିବା ନେଇ ସ୍ପଷ୍ଟ ହୋଇଗଲେ । ଏସବୁ ଭିତରେ ଏବେ ଦିଶାଙ୍କୁ ନୂଆ ବୟଫ୍ରେଣ୍ଡ ମିଳିଯାଇଛି । ଯାହାକୁ ନେଇ ସୋସିଆଲ ମିଡ଼ିଆ ଓ ଇଣ୍ଡଷ୍ଟ୍ରିରେ ଆଲୋଚନା ହେଉଛି ।

ଦିଶାଙ୍କୁ ଏବେ ଅଭିନେତା ଆଲେକ୍ସଜାଣ୍ଡାର ଆଲେକ୍ସିକଙ୍କ ସହ ଦେଖିବାକୁ ମିଳୁଛି । ବିଭିନ୍ନ କାର୍ଯ୍ୟକ୍ରମ ଓ ହୋଟେଲରେ ଦୁହେଁ ଏକାଠି ନଜର ଆସୁଛନ୍ତି । ଏବେ ସେମାନେ ପରସ୍ପରର ଅତି ନିକଟତର ହୋଇଯାଇଛନ୍ତି । ତେବେ ଆଲେକଜାଣ୍ଡାର ତାଙ୍କ ନୂଆ ବୟଫ୍ରେଣ୍ଡ ବୋଲି ଆଲୋଚନା ହେଉଛି । ସେମାନଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡିଓରେ ଦିଶା ତାଙ୍କ ବନ୍ଧୁଙ୍କ ସହ ଆଲେକ୍ସଜାଣ୍ଡାରଙ୍କ ପରିଚୟ କରାଉଥିବା ଦେଖାଯାଉଛି । ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ସ ଏହା ଉପରେ ଖୁବ କମେଣ୍ଟ କରିଛନ୍ତି ।

Leave A Reply

Your email address will not be published.